ଦିଲ୍ଲୀ ବିସ୍ଫୋରଣରେ ବଢୁଛି ମୃତ୍ୟୁ ସଂଖ୍ୟା; ହାଇଆଲର୍ଟ ଜାରି
ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣରେ ଏକ i20 କାର ବିସ୍ଫୋରଣ ହୋଇଥିଲା। ଆହତଙ୍କ ଅବସ୍ଥା ପଚାରିବା ପାଇଁ ଅମିତ ଶାହ LNJP ହସ୍ପିଟାଲ ପରିଦର୍ଶନ କରିଥିଲେ। ଲୋକନାୟକ ହସ୍ପିଟାଲରେ ପହଞ୍ଚିବା ପରେ ଗୃହମନ୍ତ୍ରୀ, ଦିଲ୍ଲୀ ପୋଲିସ ସିପି ସତୀଶ ଗୋଲଚା ଏବଂ ଅନ୍ୟ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ। ବର୍ତ୍ତମାନ ଏହି ଘଟଣା ଯୋଗୁଁ ସମଗ୍ର ଦେଶ ହାଇ ଆଲର୍ଟରେ ଅଛି।
ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଧାରା ୧୬, ୧୮, ୟୁଏପିଏ ଆକ୍ଟ ତଥା ଆତଙ୍କବାଦୀ ବିରୋଧୀ ମାମଲା ରୁଜୁ କଲା ଦିଲ୍ଲୀ ପୁଲିସ । କୋଟୱାଲି ପୁଲିସ ଷ୍ଟେସନରେ ରୁଜୁ ହେଲା ମାମଲା । ଏନଆଇଏକୁ ମାମଲାର ତଦନ୍ତ ଭାର ଦିଆଯାଇଛି । ତେବେ ମୃତ୍ୟୁ ସଂଖ୍ୟା ୧୩ ଛୁଇଁଥିବା ବେଳେ ଅଭୁ ଆହତ ହୋଇଥିଲେ। ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି ଯେ ବିସ୍ଫୋରଣରେ ଆହତ ଅନେକ ପୀଡିତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଜଣେ ପୀଡିତଙ୍କ ଗୋଡ କଟିଯାଇଛି। ଏବଂ ଅନ୍ୟ ଜଣେ ଗୁରୁତର ପୋଡ଼ି ଯାଇଥିଲେ। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ବିସ୍ଫୋରଣ ଶବ୍ଦରେ ଜଣେ ବ୍ୟକ୍ତି ହୃଦଘାତର ଶିକାର ହୋଇଥିଲେ। ଅନ୍ୟ ଜଣେ ବ୍ୟକ୍ତିଙ୍କ ମସ୍ତିଷ୍କର ଏକ ଅଂଶ ଏବଂ ଆଖି ପାଖରେ ଗୁରୁତର ଆଘାତ ହୋଇଥିଲା।
ଲୋକନାୟକ ହସ୍ପିଟାଲ ଘଟଣା ସ୍ଥଳରୁ ପ୍ରାୟ ଅଢ଼େଇ କିଲୋମିଟର ଦୂରରେ ଅବସ୍ଥିତ। ପୀଡିତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଏହି ହସ୍ପିଟାଲକୁ ଅଣାଯାଇଥିଲା। ହସ୍ପିଟାଲ ପହଞ୍ଚିବା ପୂର୍ବରୁ ଆଠ ଜଣ ପୀଡିତଙ୍କ ମୃତ୍ୟୁ ହୋଇଥିଲା, ସେମାନଙ୍କ ମଧ୍ୟରୁ ଅନେକଙ୍କ ଶରୀର ବିକୃତ ଅବସ୍ଥାରେ ଥିଲା। ୨୦ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପରିକି ଏକ ଦୁର୍ଘଟଣାକୁ ମାସ୍ କାଜୁଆଲିଟି ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ, ଲାଲକିଲ୍ଲା ମେଟ୍ରୋ ଷ୍ଟେସନ୍ ଗେଟ୍ ନମ୍ୱର-୧ ନିକଟରେ ଏହି ବିସ୍ଫୋରଣ ଘଟିଛି । ସୂଚନା ଅନୁସାରେ, ସନ୍ଧ୍ୟା ୬ଟା ୫୨ ନିକଟରେ ହରିୟାଣା ନମ୍ୱର ପ୍ଲେଟ୍ ବିଶିଷ୍ଟ ଏକ ଧଳା ରଙ୍ଗର ଆଇ-ଟ୍ୱେଣ୍ଟି କାର୍ ଧୀରେ ଧୀରେ ଆସି ରେଡ୍ ଲାଇଟ୍ ନିକଟରେ ଅଟକିଥିଲା । ଏହାପରେ ସେଥିରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା ।

