Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁଟାନରୁ ଗର୍ଜିଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ- ଷଡ଼ଯନ୍ତ୍ରକାରୀଙ୍କୁ ଛଡ଼ାଯିବ ନାହିଁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଲାଲକିଲ୍ଲାରେ ଗତ କାଲି ଘଟିଥିବା ଭୟଙ୍କର କାର ବୋମା ବିସ୍ଫୋରଣର ତଦନ୍ତ କରିବାକୁ ଯାଇ ଦିଲ୍ଲୀ ପୋଲିସ ସମେତ ଦେଶର ସମସ୍ତ ଏଜେନ୍ସି ଘଟଣାସ୍ଥଳରେ ବର୍ତ୍ତମାନ୍ ଉପସ୍ଥିତ ରହିଥିବା ନେଇ ସୂଚନା ମିଳିଛି। ଘଟଣାର ତଦନ୍ତ କରି ପୋଲିସ ଅନେକ ସନ୍ଦିଗ୍ଧଙ୍କୁ ଅଟକ ମଧ୍ୟ ରଖିଛି।

ତେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ୍ ଭୁଟାନ ଗସ୍ତରେ ଅଛନ୍ତି ଓ ବିସ୍ଫୋରଣକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହିତ ସେ ତଦନ୍ତରେ ସାମିଲ ଥିବା ଏଜେନ୍ସିମାନଙ୍କ ସହିତ ସାରାରାତି ବୈଠକ କରିଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି। ପିଡୀତଙ୍କ ପରିବାରକୁ ସମବେଦନା ଜଣାଇବା ସହ ବିସ୍ଫୋରଣରେ ସାମିଲ ଥିବା ଷଡ଼ଯନ୍ତ୍ରକାରୀଙ୍କୁ କଠୋର ଦଣ୍ଡ ଦେବା ନେଇ ମଧ୍ୟ ସେ କହିଛନ୍ତି। ଅପରପକ୍ଷେ ଭୁଟାନର ମହାମହିମ ରାଜା ଦିଲ୍ଲୀ ବିସ୍ଫୋରଣର ପୀଡିତଙ୍କ ପାଇଁ ହଜାର ହଜାର ଭୁଟାନିଙ୍କ ସହିତ ଥିମ୍ପୁର ଚାଙ୍ଗଲିମିଥାଙ୍ଗ ଷ୍ଟାଡିୟମରେ ପ୍ରାର୍ଥନା କରିଥିବା ନେଇ ରିପୋର୍ଟରୁ ଜଣାପଡ଼ିଛି। ଏହି କାର ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପାଖରେ ଥିବା ଅନ୍ୟାନ୍ୟ ଯାନବାହନ ନଷ୍ଟ ହୋଇଯାଇଥିଲା ଓ ଅନେକ ଲୋକ ମୃତ୍ୟୁବରଣ କରିବା ସହ ଆହତ ମଧ୍ୟ ହୋଇଥିଲେ।

ତେବେ ଏହି ବିସ୍ଫୋରଣରେ ୧୩ ଜଣ ମୃତ୍ୟୁବରଣ କରିଥିବା ବେଳେ ୨୦ ରୁ ଅଧିକ ଲୋକ ଆହତ ହୋଇଥିବା ନେଇ ମଙ୍ଗଳବାର ଦିନ ପୋଲିସ ଘୋଷଣା କରିଛି। ଲାଲକିଲ୍ଲା ମେଟ୍ରୋର ଗେଟ ନମ୍ବର ୧ ନିକଟରେ ଏକ ଧୀର ଗତିରେ ଚାଲୁଥିବା କାରରେ ଏହି ଶକ୍ତିଶାଳୀ ବିସ୍ଫୋରଣ ଘଟିଥିବା ନେଇ ସୂଚନା ମିଳିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ