Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଲୁଣ୍ଡା ର ବରିଷ୍ଟ ସାମ୍ବାଦିକ ଗୌର ଚରଣ ପରିଛା ଙ୍କ ପରଲୋକ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଅନ୍ତପାଲି ଗ୍ରାମ ର ବରିଷ୍ଠ ସାମ୍ବାଦିକ ଗୌର ଚନ୍ଦ୍ର ପରିଛା ଙ୍କ ମଙ୍ଗଳବାର ପରଲୋକ ହୋଇ ଯାଇଛି l ତାଙ୍କ ପୁଅ କମଲ ପରିଛା ଙ୍କ କହିବା ଅନୁଯାୟୀ ତାଙ୍କ ବାପା ଅସୁସ୍ଥ ଥିଲେ। ସୋନପୁର, ବୁର୍ଲା ରେ ଚିକିତ୍ସିତ ହୋଇ ଘରେ ରହି ଔଷଧ ସେବନ କରୁ ଥିଲେ l ମୃତ୍ୟୁ ବେଳ କୁ ତାଙ୍କ ପତ୍ନୀ ସେବତୀ ପରିଚ୍ଛା, ପୁଅ କମଳ ରଞ୍ଜନ ପରିଚ୍ଛା, ବଧୂ ବବିତା ଆଚାର୍ଯ୍ୟ, ନାତି, ଓ ମ୍ ପ୍ରକାଶ ପରିଚ୍ଛା, ଶୁଭଙ୍କର ରଥ, ଶଶାଙ୍କ ରଥ, ଝିଅ କୌଶଲ୍ୟା ରାଣୀ ପରିଚ୍ଛା, ଜ୍ୱାଇଁ କୈଳାଚନ୍ଦ୍ର ରଥ, ଭାଇ ସୁଧାଂଶୁ ପରିଚ୍ଛା, ପ୍ରଫୁଲ୍ଲ ପରିଚ୍ଛା, ସହ ଉପସ୍ଥିତ ଥିଲେ l ଗୌର ଚନ୍ଦ୍ର ପରିଛା ଏକା ଧାର ରେ କବି, ପ୍ରବଚକ ସାମ୍ବାଦିକ ଭାବେ ଜଣାଶୁଣା ଥିଲେ l ଅନେକ ଥର ପ୍ରଶାସନ ଠାରୁ ପୁରସ୍କାର ଗ୍ରହଣ କରି ଥିଲେ l ଉଲୁଣ୍ଡା ଅଂଚଳ ରେ ଜଣା ଶୁଣା, ମିଷ୍ଟ ଭାସି ଥିଲେ l ମୃତ୍ୟୁ ବେଳକୁ ତାଙ୍କୁ ୬୨ବର୍ଷ ହେଉଥିଲା l ତାଙ୍କୁ ଗାଁ ନିକଟରେ ଥିବା ସ୍ମଶାନ ରେ ଶବ ଦାହ କରି ଥିଲେ l ଏକ ମାତ୍ର ପୁଅ ସାମ୍ବାଦିକ କମଲ ରଞ୍ଜନ ପରିଛା ମୁଖାଗ୍ନି ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ