ମା ମେଟାକାନୀ ମନ୍ଦିର ପରିସରରେ ସମ୍ବଲପୁରୀ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଚଡ଼ାଇପଙ୍କ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଁ ମେଟାକାନୀ ମନ୍ଦିର ପରିସର କୁତମେଣ୍ଡା ଠାରେ ପୂଜକ ଶରତ ଧରୁଆଙ୍କ ସଭାପତିତ୍ଵରେ ବୁଧବାର ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ କବି ଜୀତେନ୍ଦ୍ର ପର୍ଡିଆଙ୍କ ସମ୍ବଲପୁରୀ ପୁସ୍ତକ “କବି ଆର୍ କବିତା” ଉନ୍ମୋଚିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ଡକ୍ଟର ଆଶିଷ ମାହାନା ଯୋଗ ଦେଇଥିଲେ । ପୁସ୍ତକ ସମୀକ୍ଷକ ଭାବରେ କବୟିତ୍ରୀ ସନ୍ଧ୍ୟାରାଣୀ ମେଣ୍ଡିଲି ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉଦେ ମେହେର , ଟଙ୍କାଧର ମହଲା, କଏଁତା ମାହାନା, ଦେବେନ୍ଦ୍ର ବାଘ , ସିକୁନ ଘିବିଲ ା, ମିଥୁନ ନାଏକ , ବଳଭଦ୍ର ସାହୁ, ବିନୋଦିନୀ ମେହେର , ଜଗନ୍ନାଥ ଘିବିଲା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ରେଶ୍ମା ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

