Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଣିକି ବ୍ୟାଙ୍କରୁ ଋଣ ନେବା ହେଲା ସହଜ! ରୂପା ଅଳଙ୍କାର ବନ୍ଧକ ରଖି ଆପଣ ଆଣି ପାରିବେ ଲୋନ, RBIର ନୂଆ ନିୟମ, ଜାଣନ୍ତୁ

ନୂଆଦିଲ୍ଲୀ, 12.11:  ମଣିଷର ଜୀବନରେ ଋଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। କୌଣସି ଲୋକ ନିଜର ଆବଶ୍ୟକତାକୁ ପୂରଣ କରିବା ପାଇଁ ଋଣ କରିଥାଏ। ତେଣିକି ସେ ଘର ନିର୍ମାଣ କରିବା ହେଉ କି ବ୍ୟବସାୟ ପାଇଁ ହେଉ କିମ୍ବା ବିବାହ କାର୍ଯ୍ୟ ପାଇଁ ହେଉ ପ୍ରାୟ ଅଧିକାଂଶ ଲୋକେ ଋଣ ଉପରେ ନିର୍ଭର କରିଥାନ୍ତି । ଋଣ ପାଇବାକୁ ହେଲେ ବ୍ୟାଙ୍କରେ କିଛି ନା କିଛି ବନ୍ଧକ ରଖିବାକୁ ପଡିଥାଏ ।

ବିଶେଷତଃ ଆମେ ଋଣ ପାଇଁ ସୁନା କିମ୍ବା ଜମି ବ୍ୟାଙ୍କରେ ବନ୍ଧକ ରଖି ଥାଉ। କିନ୍ତୁ ଆପଣଙ୍କ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଣିଛି ଖୁସି ଖବର। ଏଣିକି ଆପଣଙ୍କୁ ଆଉ ବେଶି ଚିନ୍ତା କରିବାକୁ ପଡିବ ନାହିଁ। ଯଦି ଆପଣଙ୍କ ଘରେ ରୂପାର ଗହଣା ବି ଅଛି ତାହାଲେ ନିଶ୍ଚିତ ହୋଇଯାଆନ୍ତୁ। RBIର ନୂଆ ନିୟମ ଅନୁସାରେ ଏଣିକି କେବଳ ସୁନା ନୁହେଁ ଆପଣ ରୂପା ବନ୍ଧକ ରଖି ବ୍ୟାଙ୍କରୁ ଋଣ ଆଣି ପାରିବେ। ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶାବଳୀ ଅନୁସାରେ, ଏବେ ଲୋକମାନେ ବ୍ୟାଙ୍କରେ ରୁପା ଗହଣା ମାନ ବନ୍ଧକ ରଖି ଋଣ ନେଇପାରିବେ। ଏହି ନିୟମ ୨୦୨୬ ଏପ୍ରିଲ ମାସରୁ ଲାଗୁ ହେବ। ଏହି ନିୟମ ଦ୍ୱାରା ଅଧିକାଂଶ ଲୋକ ନିଜ ଘରେ ଥିବା ରୁପାକୁ ବ୍ୟବହାର କରି ସେମାନଙ୍କ ଆର୍ଥିକ ଆବଶ୍ୟକତାକୁ ପୂରଣ କରିପାରିବେ।

ତେବେ ଆସନ୍ତ ଜାଣିବା ଏହି ରୁପା ଋଣକୁ ନେଇ କ’ଣ ରହିଛି ନୂଆ ନିୟମ । ଏଣିକି ଦେଶର ଲୋକମାନେ ରୁପା ବନ୍ଧକ ରଖି ଋଣ ନେବାର ସୁବିଧା ପାଇପାରିବେ। ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରସ୍ତୁତ କରିଥିବା ନିୟମ ମୁତାବକ ଜଣେ ଗ୍ରାହକ ଅତିରିକ୍ତ ୧୦ କିଲୋ କିମ୍ବା ସର୍ବନିମ୍ନ ୫୦୦ ଗ୍ରାମ ରୁପା ବନ୍ଧକ ରଖି ବ୍ୟାଙ୍କରୁ ଋଣ ଆଣିପାରିବେ। ଏହି ସୁବିଧା ସମସ୍ତ ବ୍ୟାଙ୍କ, ସରକାରୀ ବ୍ୟାଙ୍କ ଓ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା ମାନଙ୍କରେ ଉପଲବ୍ଧ ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁସାରେ, ସୁନା ଭଳି ପାରଦର୍ଶିତା ପ୍ରକ୍ରିୟା ଆପଣାଇ ବନ୍ଧକ ରୁପାର ଠିକ୍ ମୂଲ୍ୟ ନିର୍ଦ୍ଧାରିତ କରିବେ। ଏହାସହ ଋଣ ବାବଦରେ ଗ୍ରାହକଙ୍କୁ ସମସ୍ତ ନିୟମ ଜଣାଇବାକୁ ରିଜର୍ଭ ବ୍ୟାଙ୍କ ଋଣଦାତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରିଜର୍ଭ ବ୍ୟାଙ୍କର ନିୟମ ଅନୁଯାୟୀ, ରୁପା ବନ୍ଧକ ରଖି ଗ୍ରାହକ ନେଇଥିବା ଋଣ ୭ ବର୍ଷ ମଧ୍ୟରେ ସୁଝିବାକୁ  ପଡ଼ିବ। ତେବେ ସୁଧହାର ବ୍ୟାଙ୍କ ସ୍ଥିର କରିବ।

ଅର୍ଥାତ ଯେଭଳି ସୁନା ଋଣ ଉପରେ ସୁଧ ଲାଗୁଛି, ସେହିଭଳି ରୁପା ଋଣ ଉପରେ ମଧ୍ୟ ସୁଧ ସ୍ଥିର କରାଯିବ। ଯଦି ଗ୍ରାହକ ଠିକ୍ ସମୟରେ ଋଣ ପରିଶୋଧ ନକରେ ତେବେ ବ୍ୟାଙ୍କ ବନ୍ଧକ ରୁପାକୁ ନିଲାମ କରିପାରିବ । ଏହି କ୍ରମରେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରସେସିଙ୍ଗ ଶ୍ଳୁକ ଋଣଦାତା ସଂସ୍ଥା ନେଇପାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ