ବରିଷ୍ଠ ନାଗରିକ ସଙ୍ଗଠନ କାର୍ଯ୍ୟାଳୟ ରେ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବରିଷ୍ଠ ନାଗରିକ ସଙ୍ଗଠନ କାର୍ଯ୍ୟାଳୟ ଠାରେ ବୁଧବାର ପୂର୍ବାହ୍ନ ୧୧-୦୦ଘଣ୍ଟା ସମୟରେ ଜିଲ୍ଲା ଆର୍ଥିକ ସେବା ବିଭାଗ ତରଫରୁ ସଞ୍ଚୟ ପକ୍ଷ ପାଳନ ଅବସରରେ ଆର୍ଥିକ ସାକ୍ଷରତା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନ ର ସଭାପତି ଡ଼. ପ୍ରଫୁଲ୍ଲ କୁମାର ରଥ ଏଥିରେ ଅଧ୍ୟକ୍ଷତା କରିଥିଲେ I ସୁବର୍ଣ୍ଣପୁର ଜିଲ୍ଲା ସଞ୍ଚୟ ସେବା ଅଧିକାରୀ ମଙ୍ଗଳ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସୁରକ୍ଷିତ ସଞ୍ଚୟ ଉପରେ ଗୁରୁତ୍ବ ଆରୋପ କରିବା ସହିତ ସାଇବର ଠକ ମାନଙ୍କ ଯୋଗୁଁ ଅନେକ ସମୟରେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ତାଙ୍କର କଷ୍ଟ ଉପାର୍ଜିତ ଅର୍ଥ ହରାଉଛନ୍ତି ବୋଲି କହିଥିଲେ । ତେଣୁ ଡାକଘର ବିଭିନ୍ନ ଯୋଜନା ଯଥା ଏମ୍ ଆଇ ଏସ୍, ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏସିଏସ୍ ଏମ୍ ଯୋଜନା ସହିତ ବିଭିନ୍ନ ଯୋଜନା ଉପରେ ମତ ବ୍ୟକ୍ତ କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ମେନେଜର୍ ସତ୍ୟବ୍ରତ ପ୍ରଧାନ ଯୋଗଦେଇ ବରିଷ୍ଠ ନାଗରିକ ମାନେ ଅବସର ଗ୍ରହଣ କଲାପରେ ତାଙ୍କ ଅର୍ଥ କୁ ଡାକଘର ବିଭିନ୍ନ ଯୋଜନା ରେ ବିନିଯୋଗ କରିବା ସହିତ ପେନସନ ଭୋଗି ମାନଙ୍କୁ ଯେଉଁ ଲାଇଫ୍ ସାର୍ଟିଫିକେଟ ଦେବାକୁ ପଡ଼ୁଛି ତାହା ବ୍ୟାଙ୍କକୁ ନଯାଇ ନିକଟସ୍ଥ ଡାକ ଘରକୁ ଯାଇ କରିପାରିବେ ବୋଲି କହିଥିଲେ l ସାଇବର ଠକେଇଙ୍କ ଠାରୁ କିଭଳି ଭାବରେ ନିଜ ଅର୍ଥ କୁ ସୁରକ୍ଷିତ ରଖି ପାରିବେ ତା ଉପରେ ମଧ୍ୟ କହିଥିଲେ। ଶେଷରେ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଯୁଗଳ କିଶୋର ମିଶ୍ର ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଡ଼ ଦ୍ବିତୀ କୃଷ୍ଣ ପଣ୍ଡl । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଞ୍ଚୟ ସେବା କାର୍ଯ୍ୟାଳୟ କର୍ମଚାରୀ ସଞ୍ଜୟ କୁମାର ବାରିକ, ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ଏକଜ୍ୟୁକ୍ୟୁଟିଭ୍ ଅଭିଜିତ ସାହୁ , ଡାକ ବିଭାଗ ଏଜେଣ୍ଟ ଯୁଗଳ କିଶୋର ପଣ୍ଡା, ତ୍ରିନାଥ ସାହୁ , ଦୁଃଖିତ ସେଠୀ , ଶିବ ନାରାୟଣ ଷଡ଼ଙ୍ଗୀ, ବରିଷ୍ଠ ନାଗରିକ ସଙ୍ଗଠନର ଉପ ସଭାପତି ସୌମୀତ୍ରି ମେହେର , ସଦସ୍ୟ ସତ୍ୟ ନାରାୟଣ ନାୟକ , ଭୂଷଣ କୁମାର ପାତ୍ର, ଜ୍ଞାନେନ୍ଦ୍ର କୁମାର ତ୍ରିପାଠୀ, ବଳରାମ କାଣ୍ଡ , ବାସୁଦେବ ପଣ୍ଡା , ଅକ୍ରୁର ଚରଣ ଦନ୍ତା , ଶ୍ୟାମସୁନ୍ଦର ସେଠୀ , ଚମରା ମହାକୁର , ତ୍ରିନାଥ ମିଶ୍ର , ଜିତେନ୍ଦ୍ରିୟ ପଧାନ , ରାଧେଶ୍ୟାମ ପୁରୋହିତ, ଭୀମସେନ ବାରିକ , ନାରାୟଣ ପ୍ରସାଦ ନାୟକ, ଗୋପୀନାଥ ମହାକୁର, କୃଷ୍ଣଚନ୍ଦ୍ର ପାଢ଼ୀ , ଜମ୍ବେଶ୍ଵର ପଧାନ , ପ୍ରତାପ ପାଣିଗ୍ରାହୀ , ନିମାଇଁ ଚରଣ ପଣ୍ଡl , ପ୍ରକାଶ କୁମାର ହୋତା ପ୍ରମୁଖ ଉପସ୍ଥିତ ଥିଲେ ।

