Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁସ୍ଥ ହୋଇ ଫେରିଲେ ବଲିଉଡ ଅଭିନେତା ଗୋବିନ୍ଦା

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ନଭେମ୍ବର ୧୨ ତାରିଖ ରାତି ୧୨ ଟା ସମୟରେ ତାଙ୍କ ବାସଭବନରେ ବେହୋସ୍ ଅବସ୍ଥାରେ ମିଳିଥିଲେ।ପରେ ତାଙ୍କୁ ତୁରନ୍ତ ମୁମ୍ବାଇର କ୍ରିଟିକାଲ୍ କେୟାର୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥଲା। ତେବେ ତାଙ୍କ ବନ୍ଧୁ ଏବଂ ଆଇନଗତ ପରାମର୍ଶଦାତା ଲଳିତ ବିନ୍ଦଲ କହିଛନ୍ତି ଯେ ଗୋବିନ୍ଦାଙ୍କର ହଠାତ୍ ମୁଣ୍ଡ ବୁଲାଇଥିବାରୁ ସେ ବେହୋସ୍ ହୋଇଯାଇଥିଲେ ଓ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଗୋବିନ୍ଦାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ଏମର୍ଜେନ୍ସୀ ୱାର୍ଡରୁ ବାହାର କରାଯାଇ ଏକ ରୁମ୍ କୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ୍ ସ୍ଥିର ଥିଲେ ମଧ୍ୟ ଡାକ୍ତରମାନେ ରିପୋର୍ଟ କୁ ଅପେକ୍ଷା କରିଥିବା ନେଇ କୁହା ଯାଉଛି।ଗୋବିନ୍ଦାଙ୍କୁ ବର୍ତ୍ତମାନ୍ ହସ୍ପିଟାଲ ରୁ ଡିସଚାର୍ଜ ମିଳିସାରିଛି।

ସେ ନିଜେ ଗଣମାଧ୍ୟମ ସାମ୍ନାରେ ନିଜର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ସେ ଅତ୍ୟଧିକ ବ୍ୟାୟାମ ଓ କଠିନ ପରିଶ୍ରମ କରିଥିବା ଫଳରେ ଏପରି ହୋଇଥିବା ସେ କହିଥିଲେ। ବରଂ ଏହା ବଦଳରେ ପ୍ରାଣାୟାମ ଏବଂ ଯୋଗ କରିବା ସ୍ବାସ୍ଥ୍ୟପକ୍ଷେ ହିତକର ବୋଲି ସେ କହିଛନ୍ତି। ତେବେ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନଜରରେ ରଖି କିଛି ଔଷଧ ଲେଖି ଦେଇଥିବା କହିଛନ୍ତି। ଯୁବପିଢ଼ି ମାନେ ଯୋଗ ଏବଂ ପ୍ରାଣାୟମ ପ୍ରତି ଅଧିକ ଧ୍ୟାନ ଦେବାକୁ ମଧ୍ୟ ସେ କହିଛନ୍ତି। ଏଥିସହିତ ତାଙ୍କର ମୁଣ୍ଡ ବିନ୍ଧା ହେଉଥିବାରୁ ନ୍ୟୁରୋଲୋଜିଷ୍ଟଙ୍କ ସହିତ ପରାମର୍ଶ କରିବାକୁ କୁହାଯାଇଥିବା ନେଇ ତାଙ୍କ ମ୍ୟାନେଜର ଶଶି ସିହ୍ନା କହିଛନ୍ତି।

ତେବେ ଗୋବିନ୍ଦା ବେହୋସ୍ ହେବା ସମୟରେ ତାଙ୍କ ଘରେ କେହି ଉପସ୍ଥିତ ନଥିବା ଲଳିତ କହିଥିଲେ। ତାଙ୍କ ପତ୍ନୀ ସୁନୀତା ଏକ ବିବାହରେ ଯୋଗଦେବାକୁ ମୁମ୍ବାଇ ବାହାରକୁ ଯାଇଥିବା ବେଳେ ଝିଅ ଟିନା ଆହୁଜା ଚଣ୍ଡିଗଡ଼ରେ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ