Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଭିନେତ୍ରୀ କଙ୍ଗନାଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ମଣ୍ଡି: ହିମାଚଳ ପ୍ରଦେଶର ମଣ୍ଡିର ବିଜେପି ସାଂସଦ ତଥା ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ବିରୋଧରେ ଆଗ୍ରାରେ ଚାଷୀମାନଙ୍କୁ ଅପମାନ ଏବଂ ଦେଶଦ୍ରୋହ ମାମଲାର ଶୁଣାଣି ହେବାକୁ ଯାଉଛି।

ବୁଧବାର ଦିନ ଆଗ୍ରା କୋର୍ଟ କଙ୍ଗନାଙ୍କ ବିରୋଧରେ ଦାଖଲ ହୋଇଥିବା ସଂଶୋଧନ ଆବେଦନକୁ ଗ୍ରହଣ କରିଛନ୍ତି। ଏହି ମାମଲାର ଶୁଣାଣି ଏବେ ସ୍ୱତନ୍ତ୍ର ସାଂସଦ-ବିଧାୟକ କୋର୍ଟରେ ହେବ। ୧୧ ସେପ୍ଟେମ୍ବର ୨୦୨୪ରେ ବାଦୀ ଓକିଲ ରମାଶଙ୍କର ଶର୍ମା କୃଷକ ଏବଂ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଅଭିଯୋଗ କରି କୋର୍ଟରେ ଏକ ମାମଲା ଦାୟର କରିଥିଲେ।

ଅଭିଯୋଗ ଅନୁଯାୟୀ, ୨୬ ଅଗଷ୍ଟ ୨୦୨୪ରେ ଦିଆଯାଇଥିବା ଏକ ସାକ୍ଷାତକାରରେ କଙ୍ଗନା ଚାଷୀ ଏବଂ ଦେଶବାସୀଙ୍କ ଭାବନାକୁ ଆଘାତ ଦେଉଥିବା ବୟାନ ଦେଇଥିଲେ। ସ୍ୱତନ୍ତ୍ର ବିଚାରପତି ଲୋକେଶ କୁମାରଙ୍କ କୋର୍ଟରେ ଉଭୟ ପକ୍ଷର ଯୁକ୍ତି ଶୁଣାଯାଇଥିଲା। କୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖି ୨୯ ନଭେମ୍ବର ୨୦୨୫କୁ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଥିଲେ। ଅପରପକ୍ଷରେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ କଙ୍ଗନାଙ୍କୁ ସେହି ଦିନ ହାଜର ହେବାକୁ ସମନ କରାଯାଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ