ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଜଉଁରାଭାଉରା ତରଫରୁ ଆଜି ଦ୍ଵିତୀୟ ଗୁରୁବାରରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଶିବିରରେ ରକ୍ତଚାପ , ମଧୁମେହ , ମ୍ୟାଲେରିଆ , ଓଜନ ମାପ , ମାତୃ ମୃତ୍ୟହାର ରୋକିବl , ଶିଶୁ ଜନ୍ମପରେ ମା ଓ ଶିଶୁର ଯତ୍ନ ସହିତ ଧୁମପାନ ଉପରେ ସଚେତନତା କରିଥିଲେ l ଆୟୁଷ ଡାକ୍ତର ଦିଲ୍ଲୀପ ପାଣ୍ଡିଆ , ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଜ୍ୟୋତିର୍ମୟୀ ପଣ୍ଡl , ମହିଳା ସ୍ୱାସ୍ଥ୍ୟ କର୍ମି , ସରୋଜିନୀ କୁଅଁର ପ୍ରମୁଖ ଉପସ୍ଥିତ ଥିଲେ l ଯୋଗ ଶିକ୍ଷକ ଶମ୍ଭୁରାଜ କର୍ଣ୍ଣ ଯୋଗଦେଇ ପ୍ରତିଦିନ ଜୀବନରେ ଯୋଗ , ବ୍ୟାୟାମ , ଆସନ, ପ୍ରାଣାୟାମ ସବୁ ବର୍ଗ ପାଇଁ ପ୍ରତିଦିନ କରିବାକୁ ଅନୁରୋଧ କରିଥିଲେ । ସମସ୍ତ ଆଶା କର୍ମୀ ସହଯୋଗ କରିଥିଲେ l

