ନୂଆପଡ଼ାରେ କିଏ ମାରିବ ବାଜି, ଚାଲିଛି ଭୋଟ୍ ଗଣତି
ନୂଆପଡ଼ା: ନୂଆପଡ଼ା ଉପ ନିର୍ବାଚନ ଲାଗି ସକାଳୁ ଷ୍ଟ୍ରଙ୍ଗରୁମରେ ପୋଷ୍ଟାଲ ବାଲାଟ୍ ଖୋଲାଯାଇ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଛି । ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଛି । ୧୪ଟି ଟେବୁଲରେ ୨୬ ରାଉଣ୍ଡ ଗଣତି ପରେ ଫଳାଫଳ ଜଣାପଡିବ।
ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଭୋଟ୍ ଗଣତି ଚାଲିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ଆସିଷ୍ଟାଣ୍ଟ, କାଉଣ୍ଟିଂ ସୁପର ଭାଇଜର ଓ ମାଇକ୍ରୋ ଅବଜରଭର ନିୟୋଜିତ ହୋଇଛନ୍ତି।

