Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୂରଦୂରl ବାଲି ଘାଟରେ ବେଆଇନ ବାଲି ଚୋରା ଚାଲାଣ କରୁଥିବା 14 ହାଇୱା କୁ ଅଟକ ରଖି ପୋଲିସ କୁ ଖବର ଦେଲେ ସ୍ଥାନୀୟ ଯୁବକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ ପଂଚାୟତ ଦୂରଦୁରା ମହାନଦୀ ଘାଟରୁ ବେଆଇନ୍ ବାଲି ଚୋରା ଚାଲାଣ ହେଉଥିବା ଦେଖିବା ମିଳିଛି l ଏହି ବାଲି ମାଫିଆ ମହାନଦୀରୁ ବାଲି ଚୋରା ଚାଲାଣ କରିବାବେଳେ ସ୍ଥାନୀୟ ଯୁବକ ମାନେ ୧୪ଟି ହାଇୱା କୁ ଅଟକ ରଖି ସୁବଳୟା ପୋଲିସ କୁ ଜିମାଦେଇଥିବା ଜଣା ଯାଉଛି l ଏହିଠାରେ ପ୍ରଶ୍ନ ଉଠୁଛି କାହାର ବଳରେ ଏହିଭଳି ବେଆଇନ ଚୋରା ବାଲିଚlଲାଣ କାର୍ଯ୍ୟ ରାତ୍ରୀ ସମୟରେ କରା ଚାଲିଛି l ଏହାର ପଛରେ କେଉଁ ରାଜନେତା କି କେଉଁ ପ୍ରଶାସନିକ ଅଧିକାରୀ ଙ୍କ ହାତ ଅଛି l ଏ ବିଷୟରେ ଜିଲ୍ଲା ମାଇନିଙ୍ଗ ଅଫିସର ସୋମ୍ୟ ଦାସ ସୁବର୍ଣ୍ଣପୁର ଙ୍କୁ ଯୋଗାଯୋଗ କରିବାରୁ ସେ ମୁଁ ଆସନ୍ତା କାଲି ଦୂର୍ଦ୍ଦୁରା ବାଲି ଘାଟକୁ ଯିବି ଓ ପୋଲିସ୍ ଉପସ୍ଥିତି ରେ ସମସ୍ତ ହାଇୱା ଗାଡ଼ି ଯାଞ୍ଚ ହେବ , ଯଦି ଚାଲାଣ କଟାଯାଇ ନଥିବ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ତତ୍ ସହ ଯେଉଁ ଗାଡ଼ିର ଫିଟ୍ ନେସ ନ ଥିବ, କି ଯେଉଁ ଡ୍ରାଇଭର ଙ୍କ ଡ୍ରାଇଭିଂ ଲାଇସେନ୍ସ ନ ଥିବ ସୋନପୁର ପରିବହନ ବିଭାଗ କୁ ଜଣାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ l ମାତ୍ର ବୋଧ ହୁଏ ତା ପୂର୍ବରୁ କିଛି ଶଲା ସୁତୁରା କରି ୧୪ଟି ହାଇୱା କୁ ସୁବର୍ଣ୍ଣପୁର ଖଣି ଅଧିକାରୀ ଓ ପୋଲିସ୍ କୌଣସି ପ୍ରକାର ଯାଞ୍ଚ ନ କରି କିପରି ଛାଡ଼ି ଦିଆ ଗଲା ବୁଦ୍ଧିଜୀବୀ ଓ ଜନସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି l ପ୍ରକାଶ ଥାଉ କି ଗତ ୧୦/୧୧/୨୦୨୫ଦିନ ହାଇୱା ଚାଳକଙ୍କ ବେପାରୁଆ ଗାଡ଼ି ଚାଳନା ଯୋଗୁଁ ହାଇୱା ଧକା ରେ ସୁବଳୟା ଥାନା ଲୁତୁରପଙ୍କ ଗ୍ରାମର ପଦ୍ମନାଭ ସାହୁ ଙ୍କ ମୃତ୍ୟୁ ଘଟିଥିଲା ଓ ହାଇୱା ଚାଳକ ଫେରାର ଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା l ଏହି ପରି ବର୍ଷକ ଭିତରେ ଅନେକଗୁଡିଏ ଛୋଟ ବଡ଼ ଦୁର୍ଘଟଣା ଘଟି ଥିଲେ ହେଁ ଏହି ବେଆଇନ କାର୍ଯ୍ୟ ପାଇଁ ମାଇନିଙ୍ଗ ଅଫିସର. ଜଙ୍ଗଲ ବିଭାଗ. ରାଜସ୍ବ ବିଭାଗ ଓ ପୋଲିସ ଙ୍କ ନଜର କାହିଁକି ପଡୁନାହିଁ ବୋଲି ଜନସାଧାର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି l ଏଣୁ ଜିଲ୍ଲାପାଲ ଓ ଖଣି ଅଧିକାରୀ ସୁବର୍ଣ୍ଣପୁର ଏବଂ ଦାୟିତ୍ୱରେ ଥିବ ପ୍ରଶାସନ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ମାନେ ଦୃଢ ଦାବୀ କରୁଥିବା ଜଣାଯାଏ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ