Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିହାର ଭୋଟ ଗଣତି; ଜାଣନ୍ତୁ କେଉଁ ଦଳ ଆଗରେ…

Oplus_16908288

ପାଟଣା: ବିହାରରେ ବର୍ତ୍ତମାନ ନିର୍ବାଚନୀ ବୈତରଣୀ ବୋହୁଛି। ଆଜି ଭୋଟ ଗଣତି ଜାରି ରହିଥିବା ବେଳେ ଉତ୍କଣ୍ଠାରେ ରହିଛନ୍ତି ଦଳୀୟ ନେତା ଓ କର୍ମୀ। ତେବେ ଭୋଟ ଗଣତି ମଧ୍ୟରେ ମହାଗଠବନ୍ଧନ NDA ଠାରୁ ବହୁତ ପଛରେ ରହିଛି। ବର୍ତ୍ତମାନ ସମୟରେ ବିଜେପି ସର୍ବାଧିକ ଆସନ ଜିତିଥିବା ବେଳେ JDU ଦ୍ୱିତୀୟ ସ୍ଥାନରେ ଅଛି।

ତେବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ଉତ୍ସବ ପାଳନ କରିବା ଆରମ୍ଭ କରି ଦେଇଛି। JDU ନେତା ଏବଂ କର୍ମୀମାନେ ମିଠା ବାଣ୍ଟୁଛନ୍ତି ଏବଂ ବାଣ ଫୁଟାଉଛନ୍ତି। JDU ନେତାମାନେ କହିଛନ୍ତି ଯେ ୧୦ମ ଥର ପାଇଁ ନୀତିଶ କୁମାରଙ୍କ ନେତୃତ୍ୱରେ ସରକାର ଗଠନ ହେବାକୁ ଯାଉଛି। JDU ରାଜ୍ୟ ସଭାପତି କହିଛନ୍ତି ଯେ ଜନତା ଖେଳକୁ ବୁଝିସାରିଛନ୍ତି ଏବଂ ପୁଣି ଥରେ ନୀତିଶ କୁମାରଙ୍କୁ ଆଶୀର୍ବାଦ ଦେଇଛନ୍ତି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଉଭୟ ପୁଅ ପଛରେ ଅଛନ୍ତି। ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରା ଘୋଷିତ ତେଜସ୍ୱୀ ଯାଦବ ବିଜେପିର ସତୀଶ ରାୟଙ୍କଠାରୁ ୩୪୩ ଭୋଟରେ ପଛରେ ଅଛନ୍ତି। ତାଙ୍କ ବଡ଼ ଭାଇ ତେଜ ପ୍ରତାପ ଯାଦବ ମହୁଆ ବିଧାନସଭା ଆସନରେ ପଛରେ ଅଛନ୍ତି, ଯେଉଁଠାରେ ଚିରାଗ ପାସୱାନଙ୍କ ଦଳୀୟ ପ୍ରାର୍ଥୀ ସଞ୍ଜୟ ସିଂହ ଏକ ଦୃଢ଼ ଲିଡ୍ ବଜାୟ ରଖିଛନ୍ତି।

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ୧୨:୧୫ ସୁଦ୍ଧା, ବିଜେପି ୮୭ଟି ଆସନରେ, ଜେଡିୟୁ ୭୬ଟି ଆସନରେ ଏବଂ ଆରଜେଡି ୩୬ଟି ଆସନରେ ଆଗୁଆ ଅଛି। ଏଲଜେପି (ଆର) ୧୯ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୬ଟି ଆସନରେ ଆଗୁଆ ଅଛି। ସିପିଆଇ (ଏମଏଲ) ୬ଟି ଆସନରେ, ଏଚ୍ଏଏମ ପାର୍ଟି ୪ଟି ଆସନରେ ଏବଂ ରାଷ୍ଟ୍ରୀୟ ଲୋକମୋର୍ଚ୍ଚା ୩ଟି ଆସନରେ ଆଗୁଆ ଅଛି। ସେହିପରି ଏଆଇଏମଆଇଏମ ମଧ୍ୟ ୩ଟି ଆସନରେ ଆଗୁଆ ଅଛି, ସିପିଆଇ(ଏମ) ଏବଂ ବିଏସପି ପ୍ରତ୍ୟେକ ଗୋଟିଏ ଆସନରେ ଆଗୁଆ ଅଛନ୍ତି। ମୋଟ ୨୪୩ଟି ଆସନ ପାଇଁ ଟ୍ରେଣ୍ଡ ଆସିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ