ଓଲିଉଡର ଲୋକପ୍ରିୟ ସିଙ୍ଗର୍ ହ୍ୟୁମାନ ସାଗର ଅସୁସ୍ଥ
ଭୁବନେଶ୍ବର: ଓଲିଉଡ୍ ଇଣ୍ଡଷ୍ଟ୍ରିର ଖ୍ୟାତନାମା ସିଙ୍ଗର୍ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି। କିଡନି ଓ ଲିଭର୍ ଜନିତ ସମସ୍ୟା ଯୋଗୁଁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। କିଛି ଦିନ ହେବ ସେ ଘରୋଇ ହସ୍ପିଟାଲରେ ଚିକିତ୍ସୀତ ହେଉଥିଲେ।
ସୂଚନାନୁଯାୟୀ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ଵାସ୍ଥ୍ୟାବସ୍ଥା ଖରାପ ହେବାରୁ କଟକରୁ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।
ତେବେ ଏହା ପୂର୍ବରୁ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଥିଲା । ଯାହା ଫଳରେ ସେ ଏମ୍ସରେ ଚିକିତ୍ସୀତ ହେଉଛନ୍ତି। ଗତ ୨୫ ସେପ୍ଟେମ୍ବରରେ ଅଭିଜିତ ମଜୁମଦାରଙ୍କୁ ମେଡିକାଲ ଆଇସିୟୁରୁ ମେଡିସିନ ୱାର୍ଡକୁ ଅଣାଯାଇଥିଲା। ଅଭିଜିତ ସ୍ନାୟୁ ଜନିତ ରୋଗରେ ପୀଡ଼ିତ ଅଛନ୍ତି । ତାଙ୍କର ନିମୋନିଆ ସହିତ ଫୁସଫୁସରେ ସଂକ୍ରମଣ ରହିଛି ।

