ନୂଆପଡା ଉପନିର୍ବାଚନ ଫଳାଫଳ, ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟୀ
ନୂଆପଡା,14।11: ନୂଆପଡା ଉପ ନିର୍ବାଚନର ଗଣତି ଶେଷ ହୋଇଛି। ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ହରାଇଛନ୍ତି ଜୟ ଢୋଲକିଆ। ଲକ୍ଷେ ୨୩ ହଜାର ଆଠ ଶହରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟୀ ହୋଇଛନ୍ତି। ଗତ ମାସେ ହେଲା ନୂଆପଡା ଉପ ନିର୍ବାଚନ ପାଇଁ ଜୋର ସୋରରେ ୩ଦଳ କସରତ କରୁଥିଲେ। ଆଜି ସବୁ ଉତ୍କଣ୍ଠା ଏବଂ ଆକାଂକ୍ଷା ଶେଷ ହୋଇଛି। । ୨୦୨୪ରେ ବିଜେପି କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଉପନିର୍ବାଚନ ଥିଲା। ଏବଂ ଏଥିରେ ବିଜେପି ଏକ ବଡ ସଫଳତା ହାସଲ କରିଛି।
ସ୍ବର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡା ବିଧାନସଭା ଆସନ ଖାଲି ପଡିଥିଲା। ମାସେ ହେଲା ବିଭିନ୍ନ ଦଳ ନିଜ ନିଜର ପ୍ରଚାରରେ ଜୋର ସୋରରେ ଲାଗିଥିଲେ। ତେବେ ଗତ ୧୧ ତାରିଖରେ ନିର୍ବଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଭୋଟର ମାନେ ନିଜର ମନ ପସନ୍ଦର ନେତାଙ୍କୁ ବାଛିଥିଲେ। ଆଙ୍ଗୁଠିରେ କାଳି ମାରି ନିଜର ଭୋଟ ଦେଇଥିଲେ।
ଆଜି ସକାଳୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା।ଗଣତିର ପ୍ରକ୍ରିୟା ଶେଷ ହୋଇଛି। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି ଏବଂ ନୂଆପଡା ତାର ଉପ ନିର୍ବାଚନର ପ୍ରାର୍ଥୀ ଚୟନ କରି ସାରିଛି।

