Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇଦିନିଆ ରାଉରକେଲା ଗ୍ରସ୍ତରେ ଯିବେ ମୁଖ୍ୟମନ୍ତ୍ରୀ; ଜନଜାତୀୟ ଗୌରବ ଦିବସରେ ଯୋଗଦେବେ

ଭୁବନେଶ୍ୱର;୧୫/୧୧: ଆଜିଠୁ ଦୁଇଦିନିଆ ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେକ୍ଟର-୧୩ ପଡ଼ିଆରେ ହେବାକୁ ଥିବା ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଜନଜାତୀୟ ଗୌରବ ଦିବସ ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ ହେବ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।

ଆଜି ମଧ୍ୟାହ୍ନ ୧୨ଟା ୫ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ମୁଖ୍ୟମନ୍ତ୍ରୀ ବାହାରି ଅପରାହ୍ଣ ୧ଟାରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ମେ’ ଫେୟାର ହକି ଭିଲେଜରେ ପହଞ୍ଚିବେ । ହକି ଭିଲେଜରେ ମୁଖ୍ୟମନ୍ତ୍ରୀ କିଛି ସମୟ ବିଶ୍ରାମ କରିବା ପରେ ଅପରାହ୍ଣ ୨ଟାରେ ସେକ୍ଟର-୧୩ ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ । ଅପରାହ୍ଣ ସାଢ଼େ ୪ଟା ସୁଦ୍ଧା ମୁଖ୍ୟମନ୍ତ୍ରୀ ପାନପୋଷସ୍ଥିତ ସ୍ୱତନ୍ତ୍ର ସର୍କିଟ୍ ହାଉସ୍‌ରେ ପହଞ୍ଚିବେ । ସେଠାରେ ସେ ନୂତନ ସ୍ୱତନ୍ତ୍ର ସର୍କିଟ୍ ହାଉସ୍‌ ଉଦ୍‌ଘାଟନ କରିବେ ।

ଏହାପରେ ସନ୍ଧ୍ୟା ୫ଟା ୪୦ରେ ବିର୍ସା ମୁଣ୍ଡା ଛକରେ ପଂହଁଚି ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ | ସେଠାରୁ ବାହାରି ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ୪ର୍ଥ ଜାତୀୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଯୋଗଦେବେ | ବିର୍ସା ମୁଣ୍ଡା ଆଥଲେଟିକରୁ ବାହାରି ମୁଖ୍ୟମନ୍ତ୍ରୀ ହୋଟେଲ ମେ’ ଫେୟାରରେ ପଂହଁଚି ସେଠାରେ ଆଜି ରାତିରେ ରହିବେ | ଆଗାମୀଦିନ ଅର୍ଥାତ ରବିବାର ଦିନ ୧୦ଟାରେ ମୁଖ୍ୟମନ୍ତ୍ରୀଙ୍କର ଭୁବନେଶ୍ୱର ଫେରିଯିବାକୁ ଯୋଜନା ରହିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ