ରାହୁଲ ଗାନ୍ଧୀଙ୍କ ବଦଳରେ ଅଖିଳେଶ ଯାଦବ ସମ୍ଭାଳିବେ ଇଣ୍ଡି ମେଣ୍ଟ
ବିହାର;୧୭|୧୧: ଗତ କିଛି ଦିନ ଭିତରେ ନିର୍ବାଚନ ଏବଂ ନିର୍ବାଚନର ଫଳାଫଳ ପ୍ରାୟ ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି| ଏଥିର ବିହାରରେ ମଧ୍ୟ ନିର୍ବାଚନ ହୋଇଥିଲା| ଏହି ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି| ଏହି ପରାଜୟ ପରେ ଏବେ ବିରୋଧୀ ଇଣ୍ଡି ମେଣ୍ଟରେ ନେତୃତ୍ୱ ପରିବର୍ତ୍ତନ ନେଇ କଥା ଉଠିଛି। ତେବେ ଏଥିରେ ରାହୁଲ ଗାନ୍ଧୀଙ୍କ ବଦଳରେ ଅଖିଳେଶ ଯାଦବଙ୍କୁ ଇଣ୍ଡି ମେଣ୍ଟର ନେତୃତ୍ୱ ଦିଆଯାଉ ବୋଲି ଜଣେ ସମାଜବାଦୀ ପାର୍ଟିର ବିଧାୟକ ପରାମର୍ଶ ଦେଇଛନ୍ତି । ଖାଲି ସେତିକି ନୁହେଁ, ସେହି ବିଧାୟକ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ସବୁଠୁ ବଡ଼ ରାଜ୍ୟରେ ସରକାର ଗଠନ କରିବାକୁ ସମାଜବାଦୀ ପାର୍ଟି ସକ୍ଷମ ଅଛି ଆଉ ଅଖିଳେଶ ଯାଦବ ଇଣ୍ଡି ମେଣ୍ଟର କମାଣ୍ଡ ସମ୍ଭାଳନ୍ତୁ।
ଏହା ଜାଣିରଖିବା ଉଚିତ ଯେ, ଗତ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ୩୭ ଲୋକସଭା ସିଟରେ ବିଜୟ ହାସଲ କରିଥିଲା । ଆଉ ଏଥିସହିତ କଂଗ୍ରେସ ପରେ ଲୋକସଭାରେ ଦ୍ୱିତୀୟ ବଡ଼ ବିରୋଧୀ ଦଳ ପାଲଟିଥିଲା ସମାଜବାଦୀ ପାର୍ଟି।
ଲକ୍ଷ୍ନୌ ମଧ୍ୟର ବିଧାୟକ ଥିବା ରବିଦାସ ମେହରୋତ୍ରାଙ୍କ କହିବା କଥା ହେଲା, ଯଦି ବିହାରରେ ବାଲାଟ୍ ପେପରରେ ଭୋଟ୍ ପଡ଼ିଥାନ୍ତା ତେବେ ନିର୍ବାଚନରେ ଇଣ୍ଡି ମେଣ୍ଟ ବିଜୟୀ ହେଇଥାନ୍ତା। ଅଖିଳେଶ ଯାଦବ ବାରମ୍ବାର ବାଲାଟ୍ ପେପରରେ ଭୋଟ୍ ପଡ଼ିବା ନେଇ ଦାବି କରି ଆସୁଛନ୍ତି ଆଉ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇ ଆସିଛନ୍ତି। ଏଥିସହ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଇଣ୍ଡି ମେଣ୍ଟର ନେତୃତ୍ୱ କରିବା ଉଚିତ କରି ସେ କହିଛନ୍ତି।
ଜାଣିରଖିବା ଉଚିତ୍ ଯେ, ଦେଶର ମୁଖ୍ୟ ବିରୋଧୀ ଦଳ କୁହାଯାଉଥିବା କଂଗ୍ରେସ ଯେତେବେଳେ ୨୦୨୦ରେ ବିହାରରେ ୧୯ ସିଟ୍ ଜିତିଥିଲା, ୨୦୨୫ରେ ଏହି ସଂଖ୍ୟା ଏବେ ୬କୁ ଖସି ଆସିଛି। ଖାସ୍ କରି ରାହୁଲ, ଖଡଗେ ଆଉ ଦଳର ଶୀର୍ଷ ନେତୃତ୍ୱଙ୍କ ଲଗାତାର ରାଲି ପରେ ବି ବିହାରରେ ଦଳ ଅତି ଖରାପ ପ୍ରଦର୍ଶନ କରିଛି ।

