Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଜିଲାନ୍ସ ଜାଲରେ ଗାଇସିଲେଟ ଥାନା ଆଇଆଇସି ; ଆଇଆଇସିଙ୍କ ବାସଭବନ ସମେତ ଚାରିଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଅତାବିରା / ବରଗଡ଼: ବରଗଡ଼ ଜିଲା ଗାଇସିଲେଟ ଥାନା ଆଇଆଇସି ବୀରବର ଭଗତଙ୍କ ବାସଭବନ ସମେତ ଚାରିଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି। ଆଇଆଇସି ଭଗତଙ୍କ ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅନୁଗୁଳିଆ ପଡ଼ା ସ୍ଥିତ ବାସଭବନ, ଗାଇସିଲେଟ ଥାନା ସରକାରୀ କ୍ବାର୍ଟର୍ସ, ଗାଇସିଲେଟ ଥାନା ଅଫିସ ଚ୍ୟାମ୍ବର, ସମ୍ବଲପୁର ଜିଲା ସଦର ଥାନା କବରାପାଲି ସ୍ଥିତ ଫାର୍ମ ହାଉସରେ ଏକକାଳୀନ ଚଢ଼ାଉ ଚାଲିଛି। ୨ଡିଏସ୍‌ପି, ୭ଇନ୍ସପେକ୍ଟର, ୨ଏଏସ୍‌ଆଇ ଏବଂ ଅନ୍ୟ ବିଭାଗୀୟ କର୍ମଚାରୀ ଚଢ଼ାଉରେ ସାମିଲ ଅଛନ୍ତି। ଚଢ଼ାଉ ଜାରି ରହିଥିବାରୁ ଭଗତଙ୍କ ସମ୍ପତ୍ତି ଆକଳନ ହୋଇନାହିଁ। ତେବେ ଆଇଆଇସିଙ୍କ ଗାଇସିଲେଟ ଥାନା ସରକାରୀ କ୍ବାର୍ଟର୍ସ ରୁ ନଗଦ ପଚାଶ ହଜାର ଟଙ୍କା ଓ ବହୁ ସୁନା ଅଳଙ୍କାର ଠାବ କରିଛି ଭିଜିଲାନ୍ସ ଟିମ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ