Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ଲୋବାଲ ସ୍କୋଲାର ଫାଉଣ୍ଡେସନ ତରଫରୁ ଡାକ୍ତର ଦେବେନ୍ଦ୍ର ସାହୁ ସମ୍ବର୍ଦ୍ଧିତ

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପକଣ୍ଠ ପଣ୍ଡାପାଲି ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟ ର ଅଧିକ୍ଷକ ଡା. ଦେବେନ୍ଦ୍ର କୁମାର ସାହୁ ସମ୍ବର୍ଦ୍ଧିତ ହୋଇଛନ୍ତି। ହାଇଦ୍ରାବାଦ ର ହୋଟେଲ ମନୋହର ଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ସେବା ଭୂଷଣ ପୁରସ୍କାର ରେ ସେ ସମ୍ବର୍ଦ୍ଧିତ ହୋଇଛନ୍ତି । ତାଙ୍କ କର୍ତ୍ତବ୍ୟ ପରାୟଣତା ଏବଂ ରୋଗୀ ସେବା ପାଇଁ ଗ୍ଲୋବାଲ ସ୍କୋଲାର ଫାଉଣ୍ଡେସନ ପକ୍ଷରୁ ତାଙ୍କୁ ଏହି ପୁରସ୍କାର ଦିଆ ଯାଇଛି। ଡ. ସାହୁ ଦୀର୍ଘ ଦୁଇ ଦଶନ୍ଧି ରୁ ଉର୍ଦ୍ଧ୍ବ ସମୟ ଧରି ମହାନଦୀ ନେତ୍ର ଚିକିତ୍ସାଳୟ ସହ ଅନୁବନ୍ଧିତ ହୋଇ ଉତ୍ତମ ଚକ୍ଷୁ ସେବା ଦେଇ ଆସୁଛନ୍ତି। ସେ ତାଙ୍କ ଜୀବନରେ ଏକ ଲକ୍ଷ ରୁ ଉର୍ଦ୍ଧ୍ଵ ମୋତିଆବିନ୍ଦୁ ଅସ୍ତ୍ରୋପ୍ରଚାର କରି ସାରିଛନ୍ତି । ଡ. ସାହୁ ଙ୍କ ବ୍ୟକ୍ତିତ୍ଵ ପାଇଁ ସୁବର୍ଣ୍ଣପୁର ତଥା ପଶ୍ଚିମ ଓଡ଼ିଶା ଗର୍ବିତ । ଏହି ସମ୍ମାନ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭକାମନା ର ସୁଅ ଛୁଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ