ଜିଲ୍ଲା ସ୍ଵାଧୀନତା ସଂଗ୍ରାମୀ ସ୍ମୃତି କମିଟି ପକ୍ଷରୁ ଆଲୋଚନା ଚକ୍ର
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସ୍ମୃତି କମିଟି ତରଫରୁ ଏକ ସାଧାରଣ ସଭା ତରଭା ଗୂଡ଼ଉଇଲ ପବ୍ଲିକ ସ୍କୁଲ ପରିସରରେ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି।କମିଟିର ସଭାପତି ଡ. ପ୍ରଫୁଲ୍ଲ କୁମାର ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା କମିଟିର ଉପଦେଷ୍ଟା ଗୋରେଖ ନାଥ ସାହୁ , ମୁଖ୍ୟ ବକ୍ତା ଡ଼ ରମେଶ ପତ୍ରୀ (ତରଭାରେ ସ୍ୱାଧୀନତା ସଂଗ୍ରାମ ଅଜ୍ଞାତ ଅଧ୍ୟାୟର ରଚୟିତା), ସମ୍ପାଦକ ସାମ୍ବାଦିକ ଯୁଗଳ କିଶୋର ମିଶ୍ର , ଉପସଭାପତି ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ସାହୁ, ଆର୍ତ୍ତତ୍ରାଣ ବାବୁ, ସଭ୍ୟା ମୀନା ମହାରଣା , ସଭ୍ୟ ବ୍ୟୋମକେଶ ଦାଶ, ବ୍ରଜମୋହନ ଦାନୀ ,ପ୍ରଶାନ୍ତ ସତପଥୀ , ଯୁଗ୍ମ ସମ୍ପାଦକ ଯୁଧିଷ୍ଠିର ଖମାରୀ ,ଦେବେନ୍ଦ୍ର ବିଜୟ ସାହୁ, ବରିଷ୍ଠ ସାମ୍ବାଦିକ ମାନଭଞ୍ଜନ ମିଶ୍ର,ବିଦ୍ୟାଳୟର ଅଧ୍ୟକ୍ଷ ଦିନେଶ କୁମାର ମାହାଣା , ଅନିତା ସାହୁ ପ୍ରମୁଖ ଯୋଗଦେଇଥିଲେ। ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇ ତଳିତଳାନ୍ତ ହୋଇଥିବା ତରଭାର ସଂଗ୍ରାମୀଙ୍କ ସ୍ମୃତି ଚାରଣ କରିବା ସହ ସ୍ବର୍ଗତ ସ୍ୱାଧୀନତା ସଂଗ୍ରାମୀଙ୍କ ଅମର ଆତ୍ମାପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।ବକ୍ତାମାନେ ତାଙ୍କର ବକ୍ତବ୍ୟରେ ମହାଭାରତରେ ଅର୍ଜୁନଙ୍କୁ ଯେଭଳି ମାଛର ଆଖି ଦେଖା ଯାଉଥିଲା l ସେହିଭଳି ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଏକମାତ୍ର ଲକ୍ଷ୍ୟ ଥିଲା ଦେଶକୁ ସ୍ୱାଧୀନ କରିବା ବୋଲି କହିଥିଲେ । ସମ୍ପାଦକ ଶ୍ରୀ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅନିତା ସାହୁ ତରଭାରେ ସ୍ୱାଧୀନତା ସଂଗ୍ରାମ ଏକ ଅଜ୍ଞାତ ଅଧ୍ୟାୟ ପୁସ୍ତକରେ ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସୁରେନ୍ଦ୍ର ନାଥ ଦ୍ବିବେଦୀ ଲେଖିଥିବା ମୁଖବନ୍ଧ ପଠନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜକିଶୋର ସାହୁ ଅବସର ପ୍ରାପ୍ତ ଶିକ୍ଷକ,ଧୀରେନ୍ଦ୍ର ବିଜୟ ସାହୁ, ରାଜକିଶୋର ସାହୁ (ରାଜୁ) ସାମ୍ବାଦିକ ଅନ୍ତର୍ଯ୍ୟାମୀ ସାହୁ , ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।ସ୍ମୃତି କମିଟି ପରବର୍ତ୍ତୀ ବୈଠକ ଡୁଙ୍ଗୁରିପାଲିରେ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲl । ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମାହାଣା ଧନ୍ୟବାଦ ଦେଇଥିଲେ। ଅୟୁସମାନ ସାହୁ , ପ୍ରଶାନ୍ତ ତାଣ୍ଡି,ପ୍ରକାଶ ପ୍ରଧାନ,ଜନନୀ ଦ୍ଵାରି, ସବିତା ନାଏକ ପ୍ରମୁଖ ସହଯୋଗ କରିଥିଲେ l

