Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିଠିପାଲି ରାଧେଶ୍ୟାମ ମଠରେ ମଠାଧୀସ ପଦକୁ ନେଇ ବିବାଦ; ପାଞ୍ଚଦିନ ପରେ ହେଲା ବୁଝାମଣା

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଉଫୁଲା ପଞ୍ଚାୟତ ର ଟିଠିପାଲି ରାଧେଶ୍ୟାମ ମଠ ରେ ମଠାଧିସ ପଦ କୁ ନେଇ ବାବାମାନଙ୍କ ମଧ୍ୟରେ ଲାଗିରହିଥିବା ବିବାଦର ସମାଧାନ ହୋଇଛି। ବୀରମହାରାଜପୁର ଥାନା ତରଫରୁ ଥାନା ପରିସର ରେ ଉଭୟ ଗୋଷ୍ଠିର ୧୦ ଜଣ ଲେଖାଏଁ ପ୍ରତିନିଧି ଙ୍କୁ ଡକାଯାଇ ଥିଲା। ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା , ସ୍ଥାନୀୟ ସରପଞ୍ଚ ଶ୍ରୀୟା କର୍ମି ଓ ଉପଖଣ୍ଡ ପୁଲିସ ଅଧିକାରୀ ଡୋଲାମଣି ଭୋଇଙ୍କ ଉପସ୍ଥିତିରେ ଉଭୟ ଗୋଷ୍ଠିରସମସ୍ତ ଅଭିଯୋଗ ଶୁଣିଥିଲେ। ଶେଷରେ ଉଭୟ ବାବା ଙ୍କୁ ମଠ ରୁ ବାହାର କରି ପୁରୀ ରାମଜି ମଠର ମହନ୍ତ ବଂଶିଧର ଦାସ ଙ୍କ ଅନୁମୋଦନ ରେ ଏକ ନିରପେକ୍ଷ ବାବା ଙ୍କୁ ରାଧେଶ୍ୟାମ ମଠର ମଠାଧିସ ନିଯୁକ୍ତି କରାଯିବ ବୋଲି ନିସ୍ପତ୍ତି ନିଆଯାଇଛି।ସେତେଦିନ ପର୍ଯ୍ୟନ୍ତ ମଠ ରେ ନିତିକାନ୍ତି ପାଇଁ ଆବଶ୍ୟକୀୟ ଖର୍ଚ୍ଚ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନିଜେ ପ୍ରଦାନ କରିବେ ବୋଲି ପ୍ରକାଶ କରିଛନ୍ତି।
ନୂତନ ମଠାଧିସ ନିଯୁକ୍ତି ପର୍ଯ୍ୟନ୍ତ ମଠରେ କୌଣସି ବାହାର ବ୍ୟକ୍ତି ବିଶୃଙ୍ଖଳା ଉପରେ ରୋକ ଲଗା ଯାଇଛି। ଏହା ସହିତ ଉଭୟ ବାବା ଙ୍କୁ ମଧ୍ୟ ମଠ କୁ ପ୍ରବେଶ ପାଇଁ ମନା କରାଯାଇଛି । ଏହି ନିସ୍ପତ୍ତି କୁ ଉଭୟ ପକ୍ଷ ଗ୍ରହଣ କରିଥିଲେ । ଆସନ୍ତା ୨୩ ତାରିଖ ଦିନ ପୁଲିସ ,ମିଡିଆ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ମଠ ସମସ୍ତ ସମ୍ପତ୍ତି ଏବଂ ମଠରେ ଥିବା ସମସ୍ତ ଉପକରଣ ଗୁଡିକ ନୂତନ ମଠାଧିସ ନିଯୁକ୍ତି ପର୍ଯ୍ୟନ୍ତ ଏକ କମିଟୀ ଗଠନ କରି ହସ୍ତାନ୍ତର କରାଯିବ। ବୈଠକରେ ବୀରମହାରାଜପୁ ର ଆଦର୍ଶ ଥାନା ଅଧିକାରି ପଦ୍ମାସିନି ମେହେର, ବ୍ଲକ ଉପାଧକ୍ଷ ନାରାୟଣ ଲୁହା, ବରିଷ୍ଠ ନାଗରୀକ ସଙ୍ଘର ସଭାପତି ଡ.ପ୍ରଫୁଲ୍ଲ କୁମାର ରଥ, ଖବରଦାତା ଯୁଗଲ କିଶୋର ମିଶ୍ର, ସତ୍ୟବାନ ପୁରୋହିତ, ନୀଲକମଳ ମିଶ୍ର ଙ୍କ ସହିତ ଗାଁ ର ଉଭୟ ଗୋଷ୍ଠିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ସୁଚନାମତେ ରାଧେଶ୍ୟାମ ମଠ ର ମଠାଧିସ ବନବାସି ଦାସଙ୍କ ଦେହତ୍ୟାଗ ପରେ ତାଙ୍କ ଶିଷ୍ୟ ଅଭିରାମ ଦାସ ଓ ଶତ୍ରଘ୍ନ ଦାସ ଙ୍କ ମଧ୍ୟରେ ମଠରେ ମଠାଧିସ ହେବାକୁ ଟଣାଓଟରା ହେବା ସହ ଥାନା ରେ ମାମଲା ପହଞ୍ଚି ଥିଲା । ଉଭୟ ବାବା ଙ୍କ ଦ୍ବାରା ଗ୍ରାମବାସୀ ଦୁଇ ଗୋଷ୍ଠି ହୋଇ ବିବାଦ ହେବାରୁ ମଠରେ ନିତିକାନ୍ତି ୫ ଦିନ ଧରି ବନ୍ଦ ରହିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ