ଦଶମ ଥର ପାଇଁ ଶପଥ ଗ୍ରହଣ କରିବେ ନୀତିଶ କୁମାର; ଆଜିଠୁ ଆରମ୍ଭ ହେବ ନୀତିଶଙ୍କ ଯୁଗ
ପାଟନା;୨୦|୧୧: ବିହାର ନିର୍ବାଚନ ଫଳାଫଳ ପରେ ଏବେ ପୁଣି ନୀତିଶ ଯୁଗ ଆରମ୍ଭ ହୋଇଛି। ଆଜି ୧୦ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ପାଟନାର ଐତିହାସିକ ଗାନ୍ଧୀ ମୈଦାନରେ ହେବ ଭବ୍ୟ ଶପଥ ଗ୍ରହଣ ସମାରୋହ। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମାନେ ଏହି ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ରହିବେ।
ବିହାରର ନୂଆ ମନ୍ତ୍ରିମଣ୍ଡଳରେ ଏଥର ୧୮ରୁ ୨୦ ମନ୍ତ୍ରୀ ସାମିଲ ହେବା ଅନୁମାନ କରାଯାଉଛି। ନୀତିଶ କୁମାର ନିଜର ଦାୟିତ୍ବ ଗ୍ରହଣ ପୂର୍ବରୁ ନୂଆ ସରକାର ଗଠନ ପାଇଁ ଗତକାଲି ରାଜ୍ୟପାଳଙ୍କୁ ଭେଟିଥିଲେ।
ନିକଟରେ ଅନୁଷ୍ଠିତ ବିହାର ନିର୍ବାଚନରେ ଏନ଼ଡିଏ ୨୪୩ରୁ ୨୦୨ ଆସନ ଜିତି ବିଶାଳ ବିଜୟ ହାସଲ କରିଥିଲା।

