Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୀତିଶଙ୍କ କାର୍ଯ୍ୟକାଳ ଆରମ୍ଭ ; ଜାଣନ୍ତୁ ଶପଥ ସମାରୋହରେ କାହାକୁ କେଉଁ ମନ୍ତ୍ରୀ ପଦ ମିଳିଲା ?

ବିହାର;୨୦|୧୧: ବିହାର ନିର୍ବାଚନ ଫଳାଫଳ ପରେ ଏବେ ପୁଣି ନୀତିଶ ଯୁଗ ଆରମ୍ଭ ହୋଇଛି। ଆଜି ୧୦ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପାଟନାର ଐତିହାସିକ ଗାନ୍ଧୀ ମୈଦାନରେ ଭବ୍ୟ ଶପଥ ଗ୍ରହଣ ସମାରୋହ ହୋଇଥିଲା। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମାନେ ଏହି ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିଲେ। ଶପଥ ପାଠ ଉତ୍ସବରେ ୨ଲକ୍ଷରୁ ଅଧିକ ଜନତା ସମାଗମ ହୋଇଛି ।

ସକାଳଠାରୁ ପାଟନାର ଗାନ୍ଧୀ ମଇଦାନରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା । ଅନେକ ନେତା ପ୍ରଥମଥର ପାଇଁ ନୀତୀଶ କ୍ୟାବିନେଟ୍‌ରେ ଯୋଗ ଦେଇଛନ୍ତି ଏବଂ ମନ୍ତ୍ରୀ ଭାବରେ ନିଜର ପଦବୀ ସମ୍ଭାଳିଛନ୍ତି । ଏଥିରେ ବିଜେପିରୁ ରାମକ୍ରିପାଲ ଯାଦବ, ସଞ୍ଜୟ ସିଂହ ଟାଇଗର, ଅରୁଣ ଶଙ୍କର ପ୍ରସାଦ, ଲଖେନ୍ଦ୍ର କୁମାର ରୋଶନ ଏବଂ ଶ୍ରେୟସୀ ସିଂହ ସାମିଲ ଅଛନ୍ତି ।

ଚିରାଗ ପାସୱାନଙ୍କ ଦଳରୁ ସଞ୍ଜୟ କୁମାର, ସଞ୍ଜୟ କୁମାର ସିଂହ ଏବଂ ଉପେନ୍ଦ୍ର କୁଶହାୱାଙ୍କ ଦଳରୁ ଦୀପକ ପ୍ରକାଶ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ରାମକ୍ରିପାଲ ଯାଦବ ସେ ପୂର୍ବରୁ କେନ୍ଦ୍ରରେ ମନ୍ତ୍ରୀଭାବେ କାର୍ଯ୍ୟ କରିଛନ୍ତି | କିନ୍ତୁ ଆରଜେଡିରେ ଦୀର୍ଘ ସମୟ ରହିବା ସତ୍ତ୍ୱେ ସେ ମନ୍ତ୍ରୀ ହୋଇନଥିଲେ । ଭୋଜପୁରର ଆରା ଆସନରୁ ବିଧାୟକ ହୋଇଛନ୍ତି ସଞ୍ଜୟ ସିଂହ ଟାଇଗର । ଏହା ପୂର୍ବରୁ ସେ ସନ୍ଦେଶ ବିଧାସଭା ଆସନରୁ ବିଧାୟକ ଥିଲେ । ମଧୁବନୀର ଖଜୌଲି ଆସନରୁ ଅରୁଣ ଶଙ୍କର ପ୍ରସାଦ ଜିତିଛନ୍ତି । ସେହିପରି ରମା ନିଷାଦ ମୁଜାଫରପୁରର ଆଉରାଇ ଆସନରୁ ଜିତିଛନ୍ତି ।

ଶ୍ରେୟସୀ ସିଂହ ଜାମୁଇ ଆସନରୁ ଜିତିଛନ୍ତି , ଏଲଜେପି-ଆର୍‌ ଆସନରୁ ମନ୍ତ୍ରୀ ହୋଇଥିବା ସଞ୍ଜୟ କୁମାର ବଖ୍ରୀ ଆସନରୁ ଜିତିଛନ୍ତି । ସେ ପ୍ରଥମଥର ପାଇଁ ବିଧାୟକ ହୋଇଥିଲେ ଏବଂ ମନ୍ତ୍ରୀପଦରେ ବସିଲେ । ଏଲପେଜି-(ଆର୍‌) ରୁ ମଧ୍ୟ ସଞ୍ଜୟ କୁମାର ସିଂହ ବୈଶାଳୀ ଜିଲ୍ଲାର ମହୁଆ ଆସନରୁ ଜିତିଛନ୍ତି । ଦୀପକ ପ୍ରକାଶ ଆରଏଲ୍‌ଏସପି ସୁପ୍ରିମୋ ଉପେନ୍ଦ୍ର କୁଶହାୱାଙ୍କ ପୁଅ , ସେ ପ୍ରଥମଥର ପାଇଁ ମନ୍ତ୍ରୀ ହୋଇଛନ୍ତି ।

ଦିଲୀପ ଜୟସୱାଲଙ୍କ ସମେତ ତିନିଜଣ ନେତା ମନ୍ତ୍ରୀ ହୋଇଛନ୍ତି ଯେଉଁମାନେ କି ନୀତୀଶ କୁମାରଙ୍କ ପୂର୍ବ ସରକାରରେ ମନ୍ତ୍ରୀ ନଥିଲେ । କିନ୍ତୁ ଆଗରୁ ସେ ମନ୍ତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ଦିଲ୍ଲୀପ ଜୟସୱାଲ ବିଧାନ ପରିଷଦ କୋଟାରୁ ମନ୍ତ୍ରୀ ହୋଇଛନ୍ତି । ପୂର୍ବ ଚମ୍ପାରଣର ମୋତିହାରୀ ଆସନରୁ ବିଧାୟକ ପ୍ରମୋଦ କୁମାର ଏବଂ ପଶ୍ଚିମ ଚମ୍ପାରଣର ନୈାତନ ଆସନରୁ ବିଧାୟକ ନାରାୟଣ ପ୍ରସାଦଙ୍କୁ ପୁଣିଥରେ ମନ୍ତ୍ରୀ ହେବାର ସୁଯୋଗ ମିଳିଛି । ଦାନାପୁରରୁ ଆରେଜେଡିର ଷ୍ଟ୍ରଙ୍ଗ ନେତା ରିତଲାଲ ଯାଦବଙ୍କୁ ପରାସ୍ତ କରି ପ୍ରଥମଥର ପାଇଁ ବିଧାନସଭାରେ ପହଞ୍ଚିଥିବା ରାମକ୍ରିପାଲ ଯାଦବ ମନ୍ତ୍ରୀ ହୋଇଛନ୍ତି । ଯିଏ କି କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରରେ ଥରେ ମନ୍ତ୍ରୀ ହୋଇସାରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ