Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ରାସ୍ ହେଲା ବାୟୁସେନାର ଯୁଦ୍ଧ ବିମାନ ତେଜସ୍; ଦୁବାଇର ଏୟାର ଶୋ’ରେ ଖସିପଡିଲା

ନୂଆଦିଲ୍ଲୀ;୨୧|୧୧: କ୍ରାସ୍ ହେଲା ବାୟୁସେନାର ଯୁଦ୍ଧ ବିମାନ ତେଜସ୍। ଦୁବାଇରେ ଏକ ଏୟାର ଶୋ’ରେ ଅଂଶଗ୍ରହଣ କରିଥିବା ଏହି ତେଜସ୍ ବିମାନ ଆଜି କ୍ରାସ୍ ହୋଇଛି। ସ୍ଥାନୀୟ ସମୟ ଅପରାହ୍ଣ ୨.୧୦ରେ ଆକାଶ ମାର୍ଗରେ ପ୍ରଦର୍ଶନ କରୁଥିବାବେଳେ ହଠାତ ନିୟନ୍ତ୍ରଣ ହରାଇଥିଲା | ଏହାପରେ ସେ ତଳେ ଖସି ପଡ଼ିଥିଲା ତେଜସ୍। ଏନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାଇ ଏ ପର୍ଯ୍ୟନ୍ତ ପାଇଲଟଙ୍କ ସ୍ଥିତି କିଛି ସ୍ପଷ୍ଟ ହୋଇନାହିଁ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ତେଜସ ବିମାନଟି ଆକାଶ ମାର୍ଗରୁ ଖସିବା ବେଳେ ହଠାତ ଏକ ନିଆଁ ପିଣ୍ଡୁଳାରେ ପରିଣତ ହୋଇଥିଲା | ଘଟଣାସ୍ଥଳର ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି | କିପରି ଏହି ଦୁର୍ଘଟଣା ପରେ ସେହି ସ୍ଥାନରୁ ଘନ କଳା ଧୂଆଁ ଉଠିଥିଲା ତାହା ସେହି ଭିଡିଓରେ ଦେଖାଦେଇଛି। ଏହି ଦୁର୍ଘଟଣା ପରେ ସେଠାରେ ଉପସ୍ଥିତ ଦର୍ଶକମାନେ ମଧ୍ୟ ଆତଙ୍କିତ ହୋଇଉଠିଥିଲେ। ତେବେ ଦୁର୍ଘଟଣା ପୂର୍ବରୁ ପାଇଲଟ୍ ବିମାନରୁ ବାହାରକୁ ବାହାରି ପାରିଥିଲେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏକାଧିକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସୂଚନା ଅନୁଯାଇ, ଏମିରେଟସ୍‌ର ୪୦ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ଏୟାର ଶୋ’ ଆୟୋଜିତ ହୋଇଥିଲା। ଏଥିରେ ସାମିଲ ହୋଇଥିବା ଲଢ଼ୁଆ ବିମାନଗୁଡ଼ିକ ଉପରେ ସମଗ୍ର ବିଶ୍ବର ନଜର ରହିଛି। ଯେଉଁ ବିମାନ ଯେତେ ଶକ୍ତିଶାଳୀ ପ୍ରଦର୍ଶନ କରିବ, ସେହି ଲଢ଼ୁଆ ବିମାନ କିଣିବା ପାଇଁ ଅନେକ ଦେଶ ଚାହିଁବେ। ସେଥିପାଇଁ ବିମାନଗୁଡିକ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା| କିନ୍ତୁ ଏଭଳି ସମୟରେ ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ତେଜସ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଭାରତ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି କୁହାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ