Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଇଁ ରାଜ୍ୟରେ କୋରାପୁଟ ଜିଲ୍ଲା ପ୍ରଥମ ସ୍ଥାନ ଗ୍ରହଣ କରି ହେଲା ପୁରସ୍କୃତ ।

ପଟ୍ଟାଙ୍ଗି୨୨/୧୧ପୁରୁଷ ବନ୍ଧ୍ୟାକରଣ ପକ୍ଷ ନିମନ୍ତେ ରାଜ୍ୟ ସ୍ତରରେ କୋରାପୁଟ ଜିଲ୍ଲା ପ୍ରଥମ ସ୍ଥାନ ଗ୍ରହଣ କରି ଜିଲ୍ଲା ପାଇଁ ଗୌରବ ଆଣିଛି । ଏହିପରି କାର୍ଯ୍ୟକ୍ରମ ଦେଖିବା କୁ ମିଳିଛି ଭୁବନେଶ୍ୱର ସ୍ଥିତ ଜୟଦେବ ବିହାର ରେ ଥିବା ଗୀତା ଗୋବିନ୍ଦ ସଦନ ପରିସରରେ । ଉକ୍ତ ସଦନରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହ ତଥା ପୁରୁଷ ବନ୍ଧ୍ୟାକରଣ ପକ୍ଷ ୨୦୨୫ କାର୍ଯ୍ୟକ୍ରମ ରେ ରାଜ୍ୟର ସମ୍ବଲପୁର , ଗଞ୍ଜାମ , ପୁରୀ , ବଲାଙ୍ଗୀର , ମୟୁରଭଞ୍ଜ , ସୋନପୁର , ଗଜପତି , ରାୟଗଡ଼ା , ରାଉରକେଲା , କେନ୍ଦ୍ରାପଡ଼ା , ନବରଙ୍ଗପୁର , କେଉଁଝର , ବାଲେଶ୍ବର , କୋରାପୁଟ ପ୍ରମୁଖ ଜିଲ୍ଲା ଗୁଡିକ ଅଂଶଗ୍ରହଣ କରିଥିଲେ । ଯେଉଁଥିରେ କି ରାଜ୍ୟରେ ୨୦୨୪/୨୫ ବର୍ଷରେ ପୁରୁଷ ବନ୍ଧ୍ୟାକରଣ ପକ୍ଷ ମାଧ୍ୟମରେ ୮୦୦ଟି ହୋଇଥିବା ବେଳେ ସେଥିମଧ୍ୟରୁ କୋରାପୁଟ ଜିଲ୍ଲାର ୪୩୬ ବନ୍ଧ୍ୟାକରଣ ହୋଇଥିବାରୁ ଉକ୍ତ ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଗ୍ରହଣ କରି ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ମୁକେଶ ମାହାଲିଙ୍ଗ୍ ଙ୍କ ଠାରୁ ସମ୍ମାନିତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛି । ଏହିପରି କି କୋରାପୁଟ ଜିଲ୍ଲା ଅଧିନରେ ରହିଥିବା ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ୧୫୧ ଟି ବନ୍ଧ୍ୟାକରଣ କରି ଜିଲ୍ଲାରେ ପ୍ରଥମ ସ୍ଥାନ ରହିଥିବା ବେଳେ ଭୁବନେଶ୍ୱର ସ୍ଥିତ ଉପରୋକ୍ତ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲାର ଡାକ୍ତର ଦେବଦତ୍ତ ମଲ୍ଲିକ DPHO , ଡାକ୍ତର ନିଳ ମାଧବ ସତପଥି ADPHO , ଶ୍ରୀହରି ମହାପାତ୍ର DWH , ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦେବ ଦତ୍ତା ମଲ୍ଲିକ ପ୍ରମୁଖ ଜିଲ୍ଲା ସ୍ତରରୁ ୦୮ଟି କାର୍ଯ୍ୟରେ ସଫଳ ହୋଇ ରାଜ୍ୟରେ ସମ୍ମାନିତ ହୋଇଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରୁ ପଟ୍ଟାଙ୍ଗି ସ୍ତରରୁ ରାଜ୍ୟରେ ସୁଙ୍କି ପୁରୁଷ କର୍ମୀ MPHW ବଦ୍ରି ନାରାୟଣ ତ୍ରିପାଠୀ , ପୁକାଲି ମହିଳା କର୍ମୀ MPHW ଚାନ୍ଦିନୀ ଚୈଉଧିରୀ ଏବଂ ବେଷ୍ଟ୍ ଆଶା ତଳଗୋଲୁର ରୂପେ କେ ନାର୍ସାମ୍ମା ପ୍ରମୁଖ ମନ୍ତ୍ରୀ ଏବଂ ରାଜ୍ୟ ସ୍ୱତନ୍ତ୍ର ସେକ୍ରେଟାରୀ ଡାକ୍ତର ବିଜୟ କୁମାର ମହାପାତ୍ର ଓ ଡାଇରେକ୍ଟର ଫେମିଲି Welfare ଡାକ୍ତର ବିଶ୍ୱ ମୋହନ ମିଶ୍ର ପ୍ରମୁଖ ଙ୍କ ଠାରୁ ସମ୍ମାନିତ ହୋଇ ପୁରସ୍କାର ଗ୍ରହଣ କରିଥିଲେ । ସେପଟେ ଏହିପରି ଖବର ପ୍ରଚାରିତ ହେବା ପରେ ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଭାଗବତ ମୁର୍ମୁ ଶୁଭେଚ୍ଛା ଜଣାଇଥିବା ସହ ଆମ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ଙ୍କ ପାଇଁ ତିନିଜଣ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ