Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ ରେକର୍ଡ ରେ ବିଦ୍ୟାଳୟ ଗୃହ ନିଯୁକ୍ତି ହୋଇ ନାହାଁନ୍ତି ବର୍ତ୍ତମାନ ଯାଏଁ ଶିକ୍ଷୟିତ୍ରୀ ଶିକ୍ଷକ ।

ପଟ୍ଟାଙ୍ଗି୨୨/୦୮ସୀମାନ୍ତ ପଞ୍ଚାୟତ ହେଉ କିମ୍ବା ଗ୍ରାମ ରେ ଶିକ୍ଷା ବ୍ୟବସ୍ଥା କିପରି ସୁଧାରିବ ଓ ସୀମାନ୍ତ ପିଲାମାନେ କିପରି ଶିକ୍ଷିତ ହୋଇ ପାରିବେ ଏହିପରି କିଛି ଲକ୍ଷ୍ୟ ରଖି ସରକାର ସର୍ଭ ଶିକ୍ଷା ଅଭିଯାନ ମାଧ୍ୟମରେ ସଭିଏଁ ପଢନ୍ତୁ ସଭିଏଁ ଗଡନ୍ତୁ ନାମରେ ପ୍ରତ୍ୟେକ ସୀମାନ୍ତ ଅଞ୍ଚଳ ଏବଂ ଗ୍ରାମରେ ଆରମ୍ଭ କରିଥିଲେ ସ୍କୁଲ ଗୃହ ନିର୍ମାଣ କାର୍ଯ୍ୟ । ଯାହାକି ନିର୍ମାଣ ପରେ ତାକୁ ସରକାରୀ ରେକର୍ଡ ରେ ସ୍ଥାପିତ କରାଗଲା ବୋଲି ଉଲ୍ଲେଖ କରାଯାଇଛି କିନ୍ତୁ ଏହାର ବାସ୍ତବ ଚିତ୍ର ଦେଖିବା କୁ ମିଳୁଛି ଅଲଗା । ଏହିପରି ଦୃଶ୍ୟ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ତଳଗଲୁର୍ ପଞ୍ଚାୟତ ଅଧିନସ୍ଥ ମୁଟିସିଡିଙ୍ଗା ଗ୍ରାମରେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ନୂତନ ପ୍ରାଥମିକ ବିଦ୍ୟାଳୟ ଗୃହ କ୍ଷେତ୍ରରେ । ସୂଚନା ଅନୁଯାଇ ଉକ୍ତ ପଞ୍ଚାୟତ ଏବଂ ମୁଟିସିଡିଙ୍ଗା ଗ୍ରାମଟି ପଡୋଶୀ ଆନ୍ଧ୍ର ରାଜ୍ୟ ସୀମାନ୍ତ ନିକଟବର୍ତ୍ତୀ ହୋଇ ଥିବା ବେଳେ ଗ୍ରାମରେ ବସବାସ କରୁଥିବା ପରିବାର ବର୍ଗ ସମ୍ପୂର୍ଣ୍ଣ ତେଲୁଗୁ ଭାଷା ଉପରେ ନିର୍ଭର କରିଥାନ୍ତି । ଯାହାକି ଗ୍ରାମଟି ଓଡିଶା ସୀମା ଭିତରେ ରହିଥିଲେ ମଧ୍ୟ ଗ୍ରାମବାସୀ ଓଡ଼ିଆ ଭାଷାରେ କଥାବାର୍ତ୍ତା ହୋଇ ପାରୁନାହାଁନ୍ତି । ଯାହା ଦ୍ୱାରା କି ଓଡ଼ିଆ ଭାଷା କିପରି ପ୍ରଚାର ପ୍ରସାର ହୋଇ ପାରିବ ଏବଂ ସୀମାନ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା କିପରି ସୁଦ୍ରୃଢିତ ହୋଇ ପାରିବ ଏହାକୁ ଲକ୍ଷ୍ୟ ରେ ରଖି ସରକାର ୨୦୦୮ / ୧୦ ମସିହାରେ ସର୍ଭ ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ସଭିଏଁ ପଢନ୍ତୁ ସଭିଏଁ ଗଢନ୍ତୁ ଏହି ନାରା ଦେଇ ପ୍ରାୟ ୩୦ ଲକ୍ଷ ଅନୁଦାନ ଖର୍ଚ୍ଚ କରି ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ସମାପ୍ତ କରିଥିଲେ ମଧ୍ୟ ଏହା ବର୍ତ୍ତମାନ ଯାଏଁ ଚାଲୁ ହୋଇ ନାହିଁ କିମ୍ବା ଶିକ୍ଷୟିତ୍ରୀ ଶିକ୍ଷକ ଙ୍କୁ ମଧ୍ୟ ନିଯୁକ୍ତି କରା ଯାଇନାହିଁ । ସେପଟେ କିନ୍ତୁ ସରକାରୀ ରେକର୍ଡ ରେ ବିଦ୍ୟାଳୟ ରହିଥିବା ଦର୍ଶାଯାଇଛି । ସୀମାନ୍ତ ମୁଟିସିଡିଙ୍ଗା ଗ୍ରାମରେ ରହିଥିବା ୫୩ ଟି ପରିବାର ସହ ନିକଟବର୍ତ୍ତୀ ଗ୍ରାମ ପାନ୍ଧ୍ରିଚିନ୍ତା ର ୨୫ ପରିବାର ଙ୍କର ପିଲାମାନଙ୍କୁ ନେଇ ସ୍ଥାପିତ ହୋଇଥିଲା ଉକ୍ତ ବିଦ୍ୟାଳୟ କିନ୍ତୁ ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ସରିବାର ଦୀର୍ଘ ୦୫ ବର୍ଷ ପର୍ଯ୍ୟନ୍ତ କୈଣସି ଶିକ୍ଷୟିତ୍ରୀ ଶିକ୍ଷକ ଙ୍କୁ ନିଯୁକ୍ତି ଦିଆ ନ ଯିବାରୁ କିଛି ପିଲାମାନେ ଗ୍ରାମ ଠାରୁ ଦୁର ଦୁରାନ୍ତ ରେ ରହିଥିବା ହଷ୍ଟେଲ୍ ରହି ପଢୁଥିବା ବେଳେ ଅବଶିଷ୍ଟ ପିଲାମାନଙ୍କୁ ତାଙ୍କ ଅଭିଭାବକ ଦୂରକୁ ଛାଡିବୁ ନାହିଁ କହି ପିଲାଙ୍କୁ ପାଠ ନ ପଢାଇ ଘରେ ରଖିଛନ୍ତି । ଏହିପରି କି ବର୍ତ୍ତମାନ ଉକ୍ତ ଦୁଇ ଗ୍ରାମ ମଧ୍ୟରୁ ମୁଟିସିଡିଙ୍ଗା ଗ୍ରାମରେ ୨୫ ରୁ ଉର୍ଦ୍ଧ ପିଲା ରହିଥିବା ବେଳେ ଗ୍ରାମରେ ବିଦ୍ୟାଳୟ ନଥିବାରୁ ୧୫ ଟି ପିଲାମାନେ ପଞ୍ଚାୟତ ଓ ବ୍ଲକ୍ ର ବିଭିନ୍ନ ହଷ୍ଟେଲ୍ ରେ ରହି ପାଠ ପଢୁଛନ୍ତି । ସେହିପରି ଏହିପରି ଅବ୍ୟବସ୍ଥା ତଳଗଲୁର୍ ପଞ୍ଚାୟତ ରେ ଗୋଟିଏ ଗ୍ରାମରେ ସୀମିତ ହୋଇ ରହିନାହିଁ । ଅନୁରୂପ ଦୃଶ୍ୟ ପଞ୍ଚାୟତ ର ଅନ୍ୟତମ ସୀମାନ୍ତ ଗ୍ରାମ କଟାତେଡା ରେ ମଧ୍ୟ ଦେଖିବା କୁ ମିଳିଛି । ଉକ୍ତ ଗ୍ରାମ ମୁଟିସିଡିଙ୍ଗା ଗ୍ରାମ ଠାରୁ ଦେଢ କି ମି ଦୂରରେ ରହିଥିବା ବେଳେ ୨୦ ଟି ପରିବାର ବସବାସ କରୁଛନ୍ତି । କଟାତେଡା ଗ୍ରାମରେ ରହିଥିବା ବିଦ୍ୟାଳୟ ଗୃହ ରେ ପାଠପଢ଼ା ଆରମ୍ଭ ହୋଇ ନଥିବା ବେଳେ ଉକ୍ତ ଗୃହକୁ କିଛି ଅସାମାଜିକ ଲୋକମାନେ ଦୁରୁପଯୋଗ କରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏନେଇ ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାଇତ୍ଵ ରେ ରହିଥିବା ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଚମେଲି ମଜୁମଦାର ଉକ୍ତ ତଥ୍ୟ ଉପରେ ମୋ ନିକଟରେ କୈଣସି ଖବର ନାହିଁ କିନ୍ତୁ ଏହାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଦୃଷ୍ଟି କୁ ନେଇ ଆଲୋଚନା କରିବା କୁ ପଡିବ ବୋଲି ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ