ସାମ୍ବାଦିକ ଙ୍କ ଅକାଳ ବିୟୋଗରେ ଓୟୁଜେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସହାୟତା।
ପଟ୍ଟାଙ୍ଗି୧୫/୦୯ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ରେ କାର୍ଯ୍ୟରତ ସାମ୍ବାଦିକ ସ୍ୱର୍ଗତ ଅବ୍ଦୁଲ୍ ରସିଦ୍ ଖାନ୍ ଦୀର୍ଘ ବର୍ଷ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲେ ।ଚିକିତ୍ସା ଧିନ ଅବସ୍ଥାରେ ଗତ ଅଗଷ୍ଟ ୨୨ ତାରିଖ ରେ ନିଜ ଗାଁ ସାତସେମିଳି ବାସଭବନରେ ବିୟୋଗ ଘଟିଥିଲା । ଏହି ପରିପ୍ରେକ୍ଷୀରେ ଓୟୁଜେ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶଶଧର ରାଉତ ଙ୍କ ଅଧ୍ୟକ୍ଷତାରେ ୦୭ ଜଣିଆ ସଦସ୍ୟ ଦଳ ମଙ୍ଗଳବାର ଦିନ ସ୍ୱର୍ଗତ ଅବ୍ଦୁଲ୍ ଙ୍କ ପରିବାରରେ ପହଞ୍ଚି ସମବେଦନା ଜଣାଇଛନ୍ତି। ତାଙ୍କ ବାସଭବନରେ ତାଙ୍କ ପତ୍ନୀ ହାଜିରା ବେଗମ,ଦୁଇ ପୁଅ,ଭ ଉଣି ସମେତ ପରିବାର ଙ୍କ ଗହଣରେ ସାକ୍ଷାତ କରି ସଂଘ ସଦସ୍ୟ ଙ୍କ ପକ୍ଷରୁ ମିଳିଥିବା ସହଯୋଗ ରାସି ଅର୍ଥ୧୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । ଏହା ପୂର୍ବରୁ ଚିକିତ୍ସା ନିମନ୍ତେ ଜିଲ୍ଲା ସଂଘ ପକ୍ଷରୁ ନଗଦ ୫୬ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନ ଙ୍କୁ ଅନୁରୋଧ କରି ରେଡ୍ କ୍ରସ ପାଣ୍ଠି ରୁ ୩୦ ହଜାର ଟଙ୍କା ର ସହାୟତା ଯୋଗାଇ ଦିଆଯାଇଥିଲା। ସଂଘ ର ସହାୟତା ରେ ଅବଦୁଲ ଙ୍କ ପରିବାର ଙ୍କୁ ସମୁଦାୟ ୧୦୧,୦୦୦୦୦(ଏକ ଲକ୍ଷ୍ୟ ଏକ ହଜାର ଟଙ୍କା)ର ସହାୟତା ରାଶି ଯୋଗାଇ ଦିଆଯାଇଛି। ଅପରପକ୍ଷରେ ତାଙ୍କର ଦେହାନ୍ତ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ଅନୁକମ୍ପା ମୂଳକ ସହାୟତା ରାଶି ୪ ଲକ୍ଷ୍ୟ ଟଙ୍କା ପାଇଁ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଙ୍କୁ ସମସ୍ତ ଆବଶ୍ୟକ ଦଲିଲ ପ୍ରଦାନ କରାଯାଇଛି। ଅନୁକମ୍ପା ମୂଳକ ସହାୟତା ରାଶି ମଧ୍ୟ ତାଙ୍କ ପରିବାର ବର୍ଗ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି ସୁଚନା ବିଭାଗ ପକ୍ଷରୁ ଜଣାପଡିଛି। ତାଙ୍କ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇବା ସମୟରେ ସଭାପତି ଙ୍କ ସହ ଜିଲ୍ଲା ସହ ସମ୍ପାଦକ ଶରତ କୁମାର ଧଳ , ପଟ୍ଟାଙ୍ଗି ବ୍ଲକ୍ ସଂଯୋଜକ ପ୍ରଶାନ୍ତ କୁମାର ଦାସ , ନନ୍ଦପୁର ବ୍ଲକ୍ ସଂଯୋକ ତଥା ରାଜ୍ୟ କାର୍ଯ୍ୟକାରି ସଦସ୍ୟ ତୁଷାରକାନ୍ତ ମହାନ୍ତି , ଦୁର୍ଗା ପ୍ରସାଦ ପାଢୀ , ଶ୍ରୀରାମ ଖରା , ପ୍ରଣୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

