କୋଟିଆ ରେ ରାତ୍ରି ଯାପନ କଲେ ଲୋକଙ୍କ ଠାରୁ ପାଇଥିବା ଅଭିଯୋଗ କୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ଅଚାନକ ପହଞ୍ଚି କଲେ ତଦନ୍ତ
ପଟ୍ଟାଙ୍ଗି୨୩/୧୦କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତ ରେ ଆନ୍ଧ୍ର ର ନିର୍ବାଚନ ପୁର୍ବରୁ ପଞ୍ଚାୟତ ର ନୋଡାଲ୍ଅଧିକାରୀ ତଥା ଉପଜିଲ୍ଲାପାଳ ଫାବି ରସିଦ୍ କୋଟିଆ ରେ ରାତ୍ରି ଯାପନ କରି ଲୋକଙ୍କ ନିକଟରେ ପହଞ୍ଚି ରହିଥିବା ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ସୂଚନା ମୁତାବକ ଉପଜିଲ୍ଲାପାଳ ରସିଦ୍ ରାତ୍ରି ଯାପନ କରିବା ସମୟରେ ସନ୍ଧ୍ୟା ଏବଂ ଭୋର ସକାଳୁ ନିଜ ନିଜ ଘର ଦାଣ୍ଡରେ ଓ ସଦର ମଣ୍ଡପରେ ବସି ଗପସପ ହେଉଥିବା ମହିଳା ମାନଙ୍କ ନିକଟରେ ପହଞ୍ଚି ସରକାରଙ୍କ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ସମୟରେ କିଛି ଗ୍ରାମବାସୀ ନିଜର ଆଧାର କାର୍ଡ ତୃଟି ରହିଥିବା ସହ ସରକାରଙ୍କ ବିଭିନ୍ନ ଯୋଜନା ରୁ ବଞ୍ଚିତ ହେବା କୁ ପଡୁଥିବା ସହ ପଟ୍ଟାଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଜନ୍ମ ପ୍ରମାଣପତ୍ର ପାଇବା ପାଇଁ ଅନେକ ସମସ୍ୟା ସମୁଖିନ ହେଉଥିବା ସହ ବାରମ୍ବାର ଯିବା କୁ ପଡୁଥିବା ସହ ହାତ ଖର୍ଚ୍ଚ ଦେବା କୁ ପଡୁଛି ବୋଲି ଅଭିଯୋଗ କରିଥିଲେ । ଗ୍ରାମବାସୀ ଙ୍କ ଏହିପରି ଅଭିଯୋଗ କୁ ଗୁରୁତର ଭାବେ ଗ୍ରହଣ କରି ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସନ୍ଧ୍ୟା ସମୟରେ ଅଚାନକ ଗସ୍ତ କରି ସ୍ୱାସ୍ଥ୍ୟ ଅଧିକାରୀ ଦାଇତ୍ଵ ରେ ରହିଥିବା ଡାକ୍ତର ସାନ୍ତୁନ୍ ରାଉତ ଙ୍କ ସହ ଆଲୋଚନା କରି କାହିଁକି ଏହିପରି ହେଉଛି ବୋଲି ପଚାରି ବୁଝିବା ସହ ଏହା ଠିକ୍ ନୁହେଁ କହି ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଏହି ସମୟରେ ଡାକ୍ତର ରାଉତ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆବଶ୍ୟକ ରହିଥିବା ଶବ ବାହାକ ଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ମାଧ୍ୟମରେ ଉପଜିଲ୍ଲାପାଳ ରସିଦ୍ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟପକ୍ଷରେ ଆନ୍ଧ୍ର ର ନିର୍ବାଚନ ସମ୍ପର୍କରେ ପଚାରିବାରୁ ଆନ୍ଧ୍ର କୈଣସି ଏକତରଫା ନିସ୍ପତି ନେଲେ ଆମେ ମଧ୍ୟ ତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବୁ ବୋଲି କହିଥିଲେ । ଉପଜିଲ୍ଲାପାଳ ରସିଦ୍ ଙ୍କ ଏହି ପରିଦର୍ଶନ ସମୟରେ ସ୍ଥାନୀୟ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଙ୍କ ଠାରୁ ଆରମ୍ଭ କରି ଅତିରିକ୍ତ ତହସିଲଦାର ସ୍ୱାଗତିକା ରାଉତ , ସୁପ୍ରଭାଇଜର ଗୁପ୍ତ ଶଙ୍କର ତ୍ରିପାଠୀ , କୋରାପୁଟ ଏସଡିପିଓ ସଞ୍ଜୟ ମଣ୍ଡଳ , ସିଡିପିଓ ମିନତୀ ବାଳା ପଟ୍ଟନାୟକ , ଜିଡିଓ ସ୍ୱାଗତିକା ଗୋପାଳ , ଏପିଓ ସୌମେନ୍ଦ୍ର ନାୟକ , ପିଇଓ ବଳଭଦ୍ର ପାଢ଼ୀ , କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ଗରଡା ପ୍ରମୁଖ ଉପସ୍ଥିତ ରହିଥିଲେ ।

