Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାସନ ବ୍ୟବସ୍ଥାରେ ପ୍ରଶାସନର ମାର୍ଗଦର୍ଶକ ଗଣମାଧ୍ୟମ ନନ୍ଦପୁରରେ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ

ପଟ୍ଟାଙ୍ଗି୨୫/୯ଶାସନ ବ୍ୟବସ୍ଥାରେ ପ୍ରଶାସନର ମାର୍ଗଦର୍ଶକ ଗଣମାଧ୍ୟମ। ଲୋକଙ୍କ ସମସ୍ୟା ଓ ପ୍ରଶାସନିକ ତ୍ରୁଟିକୁ ଲୋକ ଲୋଚନକୁ ଆଣି ପୁନଃ ପ୍ରଶାସନର ସହଭାଗିତାରେ ସୁ-ଶାସନ ବ୍ୟବସ୍ଥିତ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶୁକ୍ରବାର ନନ୍ଦପୁର ବ୍ଲକ ସଦର ମହକୁମାରେ ଅନୁଷ୍ଠିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକରେ ମଞ୍ଚାସୀନ ଅତିଥି ଗଣ ଏଭଳି ମତ ପ୍ରକାଶ କରିଛନ୍ତି । ସୂଚନା ମୁତାବକ ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ ଶ୍ରୀ କଲ୍ୟାଣ ମଣ୍ଡପରେ ଜିଲ୍ଲା ସଭାପତି ଶଶଧର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୁଖ୍ୟ ଅତିଥି ଭାବେ ଓୟୁଜେ ରାଜ୍ୟ ସମ୍ପାଦକ ଦେବ ପ୍ରସାଦ ଦାସ, ରାଜ୍ୟ ସମ୍ବିଧାନ ସଂଶୋଧନ କମିଟି ସଦସ୍ୟ ଶିବ ପ୍ରସାଦ କୀର୍ତ୍ତନିଆ, ନନ୍ଦପୁର ବିଡିଓ ଦୁର୍ଗା ପ୍ରସାଦ ଦୋରା, ତହସିଲଦାର ଦେବବ୍ରତ ମହାରଣା, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ଦାସ, ଉପ ସଭାପତି ଜଗତ ଜୀବନ କୋଚିମ୍, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତୁଷାର କାନ୍ତ ମହାନ୍ତିଙ୍କ ସମେତ ୧୪ ବ୍ଲକର ସଂଘ ସଦସ୍ୟ, ସ୍ଥାନୀୟ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ସାଂଗଠନିକ ବୈଠକରେ ଯୁଗ୍ମ ସମ୍ପାଦକ ଶରତ ଧଳ ସଂଘର ଦୁଇବର୍ଷର କାର୍ଯ୍ୟ ବିବରଣୀ ପାଠ କରିଥିଲେ। ଆଗାମୀ ଅକ୍ଟୋବର ମାସ ଶେଷ ସୁଦ୍ଧା ସମସ୍ତ ସଦସ୍ୟଙ୍କ ସଦସ୍ୟତା ନବୀକରଣ କରାଯାଇ ନଭେମ୍ବର ଶେଷ ସୁଦ୍ଧା ନିର୍ବାଚନ କରାଯାଇ ଜିଲ୍ଲା ସଂଘର ନବ କଳେବର କରାଯିବ ବୋଲି ରାଜ୍ୟ ସମ୍ପାଦକ ଦେବୁ ପ୍ରସାଦ ଓ ଜିଲ୍ଲା ସଭାପତି ଶଶଧର ଘୋଷଣା କରିଥିଲେ। ଦ୍ୱିତୀୟ ଅଧିବେଶନରେ ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମ ଓ ପ୍ରଶାସନର ସହଭାଗିତା ବିଷୟରେ ଆଲୋଚନା ହୋଇଥିଲା। ଉପସ୍ଥିତ ପ୍ରଶାସନିକ ଅଧିକାରୀ ବିଡିଓ ଓ ତହସିଲଦାର ଶାସନ ବ୍ୟବସ୍ଥାରେ ପ୍ରଶାସନର ମାର୍ଗଦର୍ଶକ ଗଣମାଧ୍ୟମ ବୋଲି କହିଥିଲେ। ସେହିଭଳି ଉପସ୍ଥିତ ବୁଦ୍ଧିଜୀବୀ ଲୋକଙ୍କ ସମସ୍ୟା ଓ ପ୍ରଶାସନିକ ତ୍ରୁଟିକୁ ଲୋକ ଲୋଚନକୁ ଆଣି ପୁନଃ ପ୍ରଶାସନର ସହଭାଗିତାରେ ସୁ-ଶାସନ ବ୍ୟବସ୍ଥିତ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ କରିଥିଲେ। ସଂଘ ତରଫରୁ ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳର ୧୨ ଜଣ ପାଠକ, ସମୀକ୍ଷକ ଓ ପରାମର୍ଶଦାତା ଭାବେ ଗୋପାଳ କୃଷ୍ଣ ବେବର୍ତ୍ତା, ଜଗନ୍ନାଥ ପାଙ୍ଗି, ଏସ କେ ଗଫୁର, ସରୋଜ ମିଶ୍ର, ଗୋପାଳ ମାଟାମ, ଜଗନ୍ନାଥ ହନ୍ତାଳ, ମାଧବ ଦୋରା, କାମାୟା ପାଙ୍ଗି, ମଦନ ସୁନ୍ଦର ଖିଲ, ଭଗବାନ ପେଟିଆ ଓ କବି ବିଚିତ୍ରାନନ୍ଦ ପଣ୍ଡାଙ୍କୁ ଅଞ୍ଚଳର ବିକାଶ ଚିନ୍ତକ ଭାବେ ମାନପତ୍ର, ଉପଢୌକନ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ୫ ଶିକ୍ଷାନୁଷ୍ଠାନ, ଅଗ୍ନିଶମ ବିଭାଗ, ନନ୍ଦପୁର ପାଡୁଆ ଓ ମାଛକୁଣ୍ଡ ପୋଲିସ, ସ୍ୱାସ୍ଥ୍ୟ, ନନ୍ଦପୁର ଓ ବାଲଡ଼ା ବନବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗକୁ ସେମାନଙ୍କ ନିଷ୍ଠାପର ସେବା ମନୋବୃତ୍ତି ପାଇଁ “ସେବାର ପ୍ରତୀକ” ଭାବେ ମାନପତ୍ର, ଉପଢୌକନ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପରିଚାଳନା ହରେସ ଖିଲ ଓ ଯୁଗ୍ମ ସମ୍ପାଦକ ଶରତ ଧଳ କରିଥିବା ବେଳେ ଲମତାପୁଟ ବ୍ଲକ ସଂଯୋଜକ ପ୍ରତାପ ନିମାଲ, ନନ୍ଦପୁର ବ୍ଲକ ସଂଘ ସଦସ୍ୟ ଦୁର୍ଗା ପ୍ରସାଦ ପାଢ଼ୀ, ପ୍ରଣୟ ପ୍ରସାଦ ପଟ୍ଟନାୟକ, ହିରଣ୍ୟ ବିଶୋଇ, ଶଙ୍କର ପୂଜାରୀ, ଶ୍ରୀରାମ ଖରା, ମନୋଜ ମୁଦୁଲି ସହଯୋଗ କରିଥିଲେ। କାର୍ଯ୍ୟକାରିଣୀ ବୈଠକର ସଫଳ ଆୟୋଜନ ପାଇଁ ଉପସ୍ଥିତ ସମସ୍ତ ସଦସ୍ୟ, ଅଧିକାରୀ ଓ ବୁଦ୍ଧିଜୀବୀଙ୍କୁ ସମ୍ପାଦକ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories