୩୪ତମ ଵାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା
ଅସ୍ତରଙ୍ଗ,୨୨/୧,,ପୁରୀ ଜିଲ୍ଲା ର ଅସ୍ତରଙ୍ଗ ବ୍ଲକ ଅଧୀନ ଜନତା ହାଇ ସ୍କୁଲ ବନ୍ତିଲୋ ଠାରେ ବ୍ଲକ ସ୍ତରୀୟ ୩୪ ତମ ଵାଲ ବୈଜ୍ଞାନିକ ପଦାର୍ଶନି ମେଳା ରେ ଅନେକ ଷ୍ଟଲ ପଡିଥିବା ବେଳେ,ମାତ୍ର ଦୁଇ କୁନି ଛାତ୍ର ଛାତ୍ରୀ ଆଣିଛନ୍ତି ସେନ୍ସର ଡଷ୍ଟବିନ ଯାହା ଅତ୍ୟନ୍ତ ନୂଆ ଆଉ ନିଆରା, ଜଳ ଅପଚୟ ଆଉ ସଂକ୍ରମଣ କୁ ରୋକ ଲଗେଇ ବାକୁ ଦେଇଛନ୍ତି ପରାମର୍ଶ l ଏହି ଦୃଶ୍ୟ ଟି ଦେଖିବାକୁ ମିଳିଛି, ଆଜି ଅନୁଷ୍ଠିତ ହୋଇଥିବା
ଅସ୍ତରଙ୍ଗ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଜନତା ହାଇସ୍କୁଲ, ବନ୍ତିଲୋ ପଡିଆ ରେ l ପ୍ରାଇମେରୀ ଓ ହାଇସ୍କୁଲ ସମୂହ ରୁ ୧୧୯ ଗୋଟି ଷ୍ଟଲ ପଡିଛି, ମୃତିକା ସରଂକ୍ଷଣ, ବାୟୁ ପ୍ରଦୂଷଣ, ପରିବେଶ ସମ୍ବଦ୍ଧିୟ, କୃଷି, ଚାଷ ଉପକରଣ, ଡିଜିଟାଲ ବିଜ୍ଞାନ ପ୍ରଗତି ର ଅନେକ ପ୍ରକଳ୍ପ ଆସିଛି କିନ୍ତୁ ମନ ମୋହୁଛି ଏହି ସି୍ଧେଶ୍ୱର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ର ଦୁଇ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଆୟୋଜିତ ହୋଇଥିବା ସ୍ମାର୍ଟ ଡଷ୍ଟବିନ l
ଅନେକ ଯନ୍ତ୍ରାସଂ ଲଗାଇ ଏହିଭଳି ଭାବେ ସଜିତ କରିଛନ୍ତି, ଯେ କୌଣସି ଆବର୍ଜନା କୁ ସେନ୍ସର ସାମ୍ନା ରେ ଦେଖାଇଲେ ତାହା ଆପେ ଆପେ ଖୋଲି ଯାଉଛି, ଆଉ ଆବର୍ଜନା ପକାଇଲା ପରେ ଆପେ ଆପେ ବନ୍ଦ ହେଇଯାଉଛି l
ଆଜିର ସରକାର ଯେତେବେଳେ ସ୍ମାର୍ଟ ଡିଜିଟାଲ ଭାରତ ନିର୍ମାଣ କରିବାକୁ ଚେଷ୍ଟା କରୁଛନ୍ତି ସେହି ସମୟ ରେ ଆଜିର ଏହି ଵାଲ ବୈଜ୍ଞାନିକ ଙ୍କ ଏଭଳି ସ୍ମାର୍ଟ ବିଜ୍ଞାନ କୌଶଳ ଆଗାମୀ ଭବିଷ୍ୟତ ପାଇଁ ସହାୟକ ହେବ ବୋଲି ଦର୍ଶକ କହିଛନ୍ତି l ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ସ୍ୱାଇଁ ଙ୍କ ସଭାପତିତ୍ୱରେ ଆଜିର ଏହି ମେଳାକୁ ୨୦୨୫ ବ୍ଲକ ମାଟ୍ରିକ ଟପର ବିଦ୍ୟାଶ୍ରୀ ଦାସ ଉଦଘାଟନ କରିଥିଲା ବେଳେ, ମୁଖ୍ୟ ଅତିଥି ଥିଲେ ବ୍ଲକ ଅଧ୍ୟକ୍ଷ ଆରତୀ ନାଏକ ଓ ମୁଖ୍ୟ ବକ୍ତା ଥିଲେ ସାଂସଦ ପ୍ରତିନିଧି ଦିବାକର ଛାଟୋଇ, ସମ୍ମାନିତ ଅତିଥି ଥିଲେ ଶିକ୍ଷକ ମଙ୍ଗୁଳି ଚରଣ ଦାଶ l
ସେହି ପରି ଅପରାହ୍ନ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ବିଧାୟକ ତୁଷାରକନ୍ତି ବେହେରା, ମୁଖବକ୍ତା ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ସମ୍ମାନିତ ଅତିଥି ଭାବେ, ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ସାନ୍ତନୁ ପରିଡା,ସମିତି ସଭ୍ୟ କମଳା ରାଉତ, ଅସ୍ତରଙ୍ଗ ବ୍ଲକ ଶିକ୍ଷାଧିକାରୀ ଶ୍ରୀକାନ୍ତ କୁମାର ସ୍ୱାଇଁ ,ପ୍ରମୁଖ ଯୋଗ କରି ବିଜ୍ଞାନ ସମ୍ବଧୀୟ ମତ ରଖିଵା ବା ସହ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବା ୭ଜଣ ଛାତ୍ର ଛାତ୍ରୀ ଙ୍କୁ ସମ୍ବରଧିତ କରିଥିଲେ l ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପରିଡା ଙ୍କ ଆବାହକତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଶିକ୍ଷକ ଚିତରଞ୍ଜନ ବିଶ୍ୱାଳ, ଶ୍ରୀଧର ସାହୁ , ପୁଜାରିଣୀ ବେହେରା,ଲଷ୍ମୀନ୍ଧର ବେହେରା, ପ୍ରମୁଖ l

