Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡା ମହାବିଦ୍ୟାଳୟରେ ପାଠଚକ୍ର

ସମ୍ବଲପୁର:ଛାତ୍ରଛାତ୍ରୀମାନଙ୍କ ବୌଦ୍ଧିକ ପରିସୀମାର ବୃଦ୍ଧିଲକ୍ଷ୍ୟରେ କୁଚିଣ୍ଡା ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି।
ସ୍ବାମୀ ଦୟାନନ୍ଦସରସ୍ୱତୀ ଓ ମହାତ୍ମାଗାନ୍ଧୀଙ୍କ ଶିକ୍ଷା ଦର୍ଶନ:-
ବ୍ରିଟିଶ ଶିକ୍ଷା ବ୍ୟବସ୍ଥାର ସମାଲୋଚନା ଏବଂ ଏକ ନୂତନ ବିକଳ୍ପ ” ଶୀର୍ଷକରେ ଛାତ୍ରଛାତ୍ରୀମାନେ ପାଠଚକ୍ର ରେ ସେମାନଙ୍କ ଜ୍ଞାନ ଓ ଅନୁଭବକୁ ଉପସ୍ଥାପନ କରିଥିଲେ। ବିଭାଗୀୟ ମୁଖ୍ୟ ଡ. ମେନକା ନାୟକ ସ୍ବାଗତ ଅଭିଭାଷଣ ସହିତ କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଧେଶ୍ୟ ବିଷୟରେ କହିଥିଲେ। ଶିକ୍ଷା ବିଭାଗର ଅଧ୍ୟାପିକା ବେଲମତି କୁମୁରା ପାଠଚକ୍ରର ବିଷୟରେ ତତ୍ତ୍ଵ ଏବଂ ସାରମର୍ମ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଡ. ସୁମନ୍ତ କୁମାର ପଟେଲ୍ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିବା ବେଳେ ରାଜନୀତି ବିଭାଗୀୟ ମୁଖ୍ୟ ଡ. ସୁଧାଂଶୁ କୁମାର ମହାପାତ୍ର ମହାତ୍ମାଗାନ୍ଧୀଙ୍କ ଜୀବନ ଦର୍ଶନ ସତ୍ୟାଗ୍ରହ ଏବଂ ରାଷ୍ଟ୍ର ନିର୍ମାଣର ପୃଷ୍ଠଭୂମି ଉପରେ, ଏବଂ ଇଂରାଜୀ ବିଭାଗୀୟ ମୁଖ୍ୟ ଡ. ପ୍ରକାଶଚନ୍ଦ୍ର ପଟେଲ୍ ଭାରତୀୟ ଶିକ୍ଷା ବ୍ୟବସ୍ଥା ସହିତ ପ୍ରଶ୍ୟାତ ଶିକ୍ଷା ଏବଂ ପ୍ରୟୋଗବାଦି ଶିକ୍ଷା, ପରୀକ୍ଷଣ, ଶିକ୍ଷା ପ୍ରଣାଳୀ, ବିଷୟରେ ଉଦବୋଧନ ଦେଇଥିଲେ। ଏହି କର୍ଯ୍ୟକ୍ରମକୁ ଦୂତୀୟ ବର୍ଷ ଛାତ୍ର ଧରଣୀ କିଶାନ ପରିଚାଳନା କରିଥିବା ବେଳେ ତୃତୀୟ ବର୍ଷ ଛାତ୍ରୀ ମୌସୋମି ସିଂ ଧନ୍ୟବାଦ ଅର୍ପଣ କରିଥିଲେ।
ଶୋଭାରାଣୀ ପତ୍ର, ରଶ୍ମିତା ସାହୁ, ଅଜୟ ନାୟକ, ସୁବାଷ କିଶାନ ସ୍ବାମୀ ଦୟାନନ୍ଦସରସ୍ୱତୀଙ୍କ ଶିକ୍ଷା ଦର୍ଶନ ଉପରେ ଏବଂ ଧରିତ୍ରୀ ରୋହିଦାଶ, ବର୍ଷାରାଣୀ କେଛୁ, ମମତା ମାହାତ, ରେଶ୍ମା କିଶନ, ଧାଲେନ୍ଦ୍ର ବାଗ ଓ ପ୍ରିନ୍ସ ଦେହୁରୀ ‘ ମହାତ୍ମାଗାନ୍ଧୀଙ୍କ ଶିକ୍ଷା ଦର୍ଶନ ଉପରେ ପାଠଚକ୍ର ଉପସ୍ଥାପନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories