ବ୍ଲକ୍ ସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା
ଲକ୍ଷ୍ମୀପୁର ୨୩/୧୧ … ଲକ୍ଷ୍ମୀପୁର ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି।ଏହି ଉପଲକ୍ଷେ ଲକ୍ଷ୍ମୀପୁର ର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ,ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ କାକିରିଗୁମା, ବୂର୍ଜା ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗୌଡଗୁଡା ର ୨୦୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ପ୍ରତିଯୋଗୀତାରେ ସାଙ୍ଗାନା ଉଚ୍ଚ ବିଦ୍ୟାଳୟର କସ୍ତୁରୀ ରାଣୀ ଗୋପ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ହଂଶିକ ତୁରୁକ୍ ଦ୍ଵିତୀୟ ସ୍ଥାନ ଓ କୁସୂମଗୁଡ଼ା ଉଚ୍ଚ ବିଦ୍ୟାଳୟର ସୁନ୍ଦୁରୁ ମାଝି ତୃତୀୟ ସ୍ଥାନ ଅଧିକାର କରିଥିଲେ।ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ଙ୍କୁ ୮୦୦/, ଦ୍ଵିତୀୟ କୁ ୭୦୦/ ଓ ତୃତୀୟ କୁ ୫୦୦/ ଟଙ୍କା ଅର୍ଥ ରାଶି ସହ ମାନପତ୍ର ପ୍ରଦାନ କରା ଯାଇଥିଲା।ସେହିପରି ପ୍ରଥମ ୨୦ ଜଣ ଯୋଗ୍ୟ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯିବା ସହ ସମସ୍ତ ପ୍ରତିଯୋଗୀଙ୍କୁ
ମାନପତ୍ର ପ୍ରଦାନ କରା ଯାଇଥିଲା।ଆସନ୍ତା ୩୦ ତାରିଖ ରେ ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗୀତାରେ ଶ୍ରେଷ୍ଠ ୨୦ ଜଣ ପ୍ରତିଯୋଗୀ ଭାଗ ନେବାକୁ ଘୋଷଣା କରାଗଲା। ବ୍ଲକ୍ ସଂଯୋଜକ ତଥା ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ଙ୍କ ସଂଯୋଜନାରେ ବିଜ୍ଞାନ ଶିକ୍ଷୟତ୍ରୀ ଜ୍ୟୋଚନ୍ନା ପଣ୍ଡା, ମାନସ ରଞ୍ଜନ ଜେନା,ଫକିର ମୋହନ ସାହୁ,ସୁକାନ୍ତ କୁମାର ଯାଦବ, ପ୍ରିୟଙ୍କା ବିଷୋୟୀ,ମାଧୁରୀ ଲେଙ୍କା ଓ ମମତା ମହାନ୍ତି ପ୍ରମୁଖ ନିରୀକ୍ଷକ ଓ ପରୀକ୍ଷକ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିଥିଲେ।

