କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଓ ଶପଥ ଗ୍ରହଣ
ପଟ୍ଟାଙ୍ଗି ୨୭/୧୧ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ର ନବନିର୍ବାଚିତ କମିଟି କୁ ନେଇ ସାଧାରଣ ପରିଷଦ ବୈଠକ ସହ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ନବ ନିର୍ବାଚିତ ଜିଲ୍ଲା ସଂଘ ଚୟନ କମିଟି ପ୍ରସ୍ତାବ କ୍ରମେ ନବ ନିର୍ବାଚିତ ସଭାପତି ଟି ଗୌରୀ ଶଙ୍କର ଙ୍କ ସଭାପତିତ୍ୱ ରେ ଜିଲ୍ଲାର ଜୟପୁର ସ୍ଥିତ ଏକ ଘରୋଇ ଶିକ୍ଷା ଅନୁଷ୍ଠାନ ପରିସରରେ ସାଧାରଣ ପରିଷଦ ବୈଠକ ସହ ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ଆୟୋଜିତ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଓୟୁଜେ ସଂଘ ଉପ ସଭାପତି ତଥା ଚୟନ କମିଟିର ଅଧ୍ୟକ୍ଷ ପରୀକ୍ଷିତ ବିଶ୍ୱାଳ, ଓୟୁଜେ ସ୍କୁଲ ଅଫ ଜର୍ଣ୍ଣାଲିଜିମ ସଭାପତି ଅଜୟ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ସମୟରେ ଜିଲ୍ଲା ସଂଘ ର ସାଧାରଣ ପରିଷଦ ବୈଠକ ଆରମ୍ଭ ପୁର୍ବରୁ ନବ ନିର୍ବାଚିତ ସଭାପତି ଟି ଗୌରୀ ଶଙ୍କର , ସାଧାରଣ ସମ୍ପାଦକ ଅମିତାଭ ବେହେରା, ଉପସଭାପତି ବିଜୟନାରାୟଣ ସାହୁ,କୋଷାଧକ୍ଷ ଶ୍ରୀକାନ୍ତ ଚୌଧୁରୀ , ସାଙ୍ଗଠନିକ ସଂପାଦକ ଶରତ ଧଳ , ସହ ସଂପାଦକ ଯୁଧିଷ୍ଠିର ବାଘ , କଲ୍ୟାଣ କମିଟି ଅଧକ୍ଷ ଶଶଧର ରାଉତ, ଶୃଙ୍ଖଳା କମିଟି ଅଧକ୍ଷ ଭବାନୀ ଶଙ୍କର ମିଶ୍ରଙ୍କ ସହ ଅନ୍ୟ ପଦାଧିକାରୀ ଓ ୧୧ ଜଣିଆ କାର୍ଯ୍ୟକାରୀ କମିଟି ସଦସ୍ୟମାନଙ୍କ ନାମ ଙ୍କୁ ନେଇ ଚୟନ କମିଟି ର ସଦସ୍ୟ ମନୋଜ କୁମାର ପଟ୍ଟନାୟକ ଶପଥ ଗ୍ରହଣ କରାଇଥିଲେ । ଏହାପରେ ସାଧାରଣ ପରିଷଦ ବୈଠକ ହୋଇଥିଲା । ଏହି ବୈଠକରେ ବକ୍ତା ଭାବେ ଯୋଗ ଦେଇଥିବା ପ୍ରମୋୟ ଓ ସମ୍ବାଦ ଖବରକାଗଜର ଜୟପୁର ପ୍ରକାଶ ଚନ୍ଦ୍ର ଦାସ ଓ ନବୀନ ସାହୁ ପ୍ରମୁଖ ଯୋଗଦେଇ ବର୍ତ୍ତମାନ ସମୟରେ ଗଣମାଧ୍ୟମ ର ଭୂମିକା ସହ ନିଜର ବ୍ୟବହାର କେଉଁ ଭଳି ରହିବା ଦରକାର ସେ ସମ୍ପର୍କରେ ଉପସ୍ଥିତ ଜିଲ୍ଲା ସଦସ୍ୟ ତଥା ଗଣମାଧ୍ୟମ ପ୍ରତିନିଧିମାନ ଙ୍କୁ ବୁଝାଇ ଆହ୍ୱାନ ଦେଇଥିଲେ ।ସଂଘର ବରିଷ୍ଠ ସଦସ୍ୟ ମନୋଜ ପଟ୍ଟନାୟକ ଓ ରାଜେନ୍ଦ୍ର ଗୌଡ଼ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲାର ୧୪ଟି ବ୍ଲକ ଓ ୪ଟି ପୌରାଞ୍ଚଳରୁ ଶତାଧିକ ସାମ୍ବାଦିକ ଏଥିରେ ଯୋଗଦେଇଥିଲେ। ଦ୍ୱିତୀୟ ଅଧିବେଶନରେ ସଂଘର ଆଗାମୀ କାର୍ଯ୍ୟପନ୍ଥା ଓ ନବନିର୍ବାଚିତ କର୍ମକର୍ତ୍ତାଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋଚନା ହୋଇଥିଲା।

