Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଲି ଉଡ଼ିବ ଧର୍ମର ଧ୍ବଜା; ଧ୍ବଜା ଉଦଘାଟନ ପାଇଁ ଆସିବେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା;୨୪|୧୧: ଆସନ୍ତାକାଲି (ମଙ୍ଗଳବାର) ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ରାମ ମନ୍ଦିର ଶିଖରରେ ହେବ ଧର୍ମର ଧ୍ବଜା ଉଡ଼ିବ । ଏଥିପାଇଁ ସୁନ୍ଦର ଭାବରେ ସଜେଇ ହୋଇଛି ରାମ ନଗରୀ ଅଯୋଧ୍ୟା । ସହରକୁ ବିଭିନ୍ନ ଫୁଲ, ପୁଷ୍ପ ମାଳରେ ସୁସଜ୍ଜିତ କରାଯାଇଛି । ସେହିଭଳି ବିଭିନ୍ନ ଆଲୋକମାଳାରେ ମଧ୍ୟ ସହରକୁ ସୁନ୍ଦର ଭାବେ ସଜାଯାଇଛି । ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇସାରିଛି ।

ଧ୍ବଜାରୋହଣ କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଧ୍ବଜା ଉଦଘାଟନ କରିବେ । ରାମମନ୍ଦିର ସମେତ ଅନ୍ୟ ପାର୍ଶ୍ବ ମନ୍ଦିରରେ ବି ଧ୍ବଜାରୋହଣ କରାଯିବ । ଏହି ଧ୍ବଜା ଅହମ୍ମଦାବାଦରେ ତିଆରି ହୋଇଛି । ୧୯୧ ଫୁଟ ଉଚ୍ଚତାରେ ମନ୍ଦିର ଶିଖରରେ ୨୨ ଫୁଟ ଓସାରର ଏହି ଧ୍ବଜା ସ୍ଥାପନ ହେବ । ଏହି ଧ୍ବଜାର ଓଜନ ପ୍ରାୟ ୧୧ କେଜି ରହିଛି । ଏହି ଧ୍ବଜାରେ ରାମଙ୍କ ପ୍ରତୀକ ରହିଛି । ୩ଟି ଲେୟାର ଫେବ୍ରିକରେ ଏହି ଧ୍ବଜା ତିଆରି ହୋଇଛି । ଧ୍ବଜା ନିର୍ମାଣ ପାଇଁ ୨୫ ଦିନ ସମୟ ଲାଗିଛି ।

ଧର୍ମ ଧ୍ୱଜା ସ୍ଥାପନ ଉତ୍ସବ ପାଇଁ ଉତ୍ସବମୁଖର ହୋଇ ଉଠିଲାଣି ସମଗ୍ର ଅଯୋଧ୍ୟାବାସୀ । ଚାରିଆଡ଼େ ଶୁଭୁଛି କେବଳ ରାମ ନାମ। ରାମଲୀଳାରେ ଉବୁଟୁବୁ ହେଉଛନ୍ତି ସମଗ୍ର ଦେଶବାସୀ। ମନ୍ଦିର ପ୍ରଶାସନ ପକ୍ଷରୁ ରାମଲାଲାଙ୍କ ସ୍ବତନ୍ତ୍ର ପୂଜାବିଧି ପାଇଁ ଭବ୍ୟ ଆୟୋଜନ କରାଯାଇଛି । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ