Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ପ୍ରଦୂଷଣକୁ ରୋକିବା ପାଇଁ ସରକାରଙ୍କ ନିର୍ଦ୍ଦେଶ; ଏବେଠୁ ଘରେ ରହି କାମ କରିବେ କର୍ମଚାରୀ

ନୂଆଦିଲ୍ଲୀ;୨୪|୧୧: ଭାରତର ରାଜଧାନୀ ଏବେ ବିଷ ବଳୟ ଭିତରେ ଆବଦ୍ଧ ହୋଇରହିଛି। ଜନସାଧାରଣଙ୍କ ପାଇଁ ନିଃଶ୍ବାସ ନେବା ଭି ଭୟଙ୍କର। ଏହି ଭଳି ପରିସ୍ଥିତିରେ ଦିଲ୍ଲୀର ବାୟୁ ଗୁଣବତ୍ତା ସର୍ବଦା ୪୦୦ ଉପରେ ରହୁଛି। ତେଣୁ ପରିସ୍ଥିତିକୁ ସାମ୍ନା ଏବଂ ଏହାକୁ ମୁକାବିଲା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଦିଲ୍ଲୀ ସରକାର। ରାଜଧାନୀ ବାସିନ୍ଦାଙ୍କ ପାଇଁ ଜାରି କରିଛନ୍ତି ପରାମର୍ଶ। କମିଶନ ଫର ଏୟାର କ୍ଲିଟି ମ୍ୟନେଜମଣ୍ଟ ବା CAQMର ନିର୍ଦ୍ଦେଶାବଳୀ ଅନୁଯାୟୀ, ଘରୋଇ କମ୍ପାନୀଗୁଡ଼ିକୁ କେବଳ ୫୦% କର୍ମଚାରୀଙ୍କ ସହିତ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ଆଉ ଅନ୍ୟ କର୍ମଚାରୀଙ୍କୁ ଓ୍ବାର୍କ ଫର୍ମ ହୋମ କରିବାକୁ ଅନୁମତି ଦିଆଯାଇଛି। ସରକାରଙ୍କ ଲକ୍ଷ୍ୟ ରହିଛି ସର୍ବାଧିକ ପ୍ରଦୂଷଣ ସମୟରେ ବାୟୁ ଗୁଣବତ୍ତା ଅଧିକ ବିଗଡ଼ିଯିବାକୁ ରୋକିବା।

ଏହି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଅନେକ ସତର୍କତାମୂଳକ ପଦକ୍ଷେପ ମଧ୍ୟ ନିଆଯାଇଛି। ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିରସା କିବା ଅନୁଯାଇ ଦିଲ୍ଲୀ ବର୍ତ୍ତମାନ GRAP-III ପର୍ଯ୍ୟାୟରେ ରହିଛି। ସହରର AQI ସ୍ଥିର କରିବା ଓ ଜନସାଧାରଣଙ୍କୁ ସ୍ୱଚ୍ଛ ବାୟୁ ଦେବାକୁ ସରକାର ଯଥା ସମ୍ଭବ ଚେଷ୍ଟା କରୁଛି। ଅଧିକାଂଶ ସ୍ଥାନରେ ଓ୍ବାଟର ଟ୍ୟାଙ୍କର ଦ୍ୱାରା ଜଳ ସିଞ୍ଚନ କରାଯାଉଛି। ଏପର୍ଯ୍ୟନ୍ତ ୧୨୦୦ରୁ ଅଧିକ ନିର୍ମାଣ ଏବଂ ଶିଳ୍ପ ସ୍ଥାନ ଯାଞ୍ଚ କରାଯାଇଛି। ୨୦୦ରୁ ଅଧିକ ଲୋକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଆଉ ପ୍ରଦୂଷଣକାରୀ ସ୍ଥାନକୁ ତୁରନ୍ତ ବନ୍ଦ କରିଦିଆଯାଇଛି।

ସରକାରଙ୍କ ତରଫରୁ ବର୍ତ୍ତମାନର ପରିସ୍ଥିତିକୁ ସମ୍ଭାଳିବା ପାଇଁ ଭିଡ଼ ଏବଂ ଟ୍ରାଫିକ୍ ଭିଡ଼ ହ୍ରାସ କରିବାକୁ ଚେଷ୍ଟା କରାଯାଉଛି| ଏଥିପାଇଁ ସରକାର ପୂର୍ବରୁ ସରକାରୀ କାର୍ଯ୍ୟାଳୟର ସମୟରେ ପରିବର୍ତ୍ତନ କରିଛନ୍ତି। MCD କାର୍ଯ୍ୟାଳୟଗୁଡ଼ିକ ସକାଳ ୮ଟା ୩୦ ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏବଂ ଦିଲ୍ଲୀ ସରକାରୀ କାର୍ଯ୍ୟାଳୟଗୁଡ଼ିକ ସକାଳ ୧୦ଟା ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ପିକ୍ ଆୱାରରେ ଟ୍ରାଫିକ୍ ହ୍ରାସ କରିବା ଏବଂ ପ୍ରଦୂଷଣ ହ୍ରାସ କରିବା ପାଇଁ ଏହି ବ୍ୟବସ୍ଥା ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ