Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୈବ ପ୍ରଯୁକ୍ତି ବିଦ୍ୟା ( ବାୟୋ ଟେକ୍ନୋଲୋଜି)ବିଭାଗର ଅଧ୍ୟାପକ ଅଧ୍ୟାପିକା ଙ୍କ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ଥିବା କେନ୍ଦ୍ରୀୟ ଯାନ୍ତ୍ରିକ କେନ୍ଦ୍ର ଠାରେ ଆଜି ବାୟୋ ଟେକ୍ନୋଲୋଜି ବିଭାଗର ଅଧ୍ୟାପକ ଅଧ୍ୟାପିକା ଙ୍କ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ମାନବ ସମ୍ବଳ କେନ୍ଦ୍ର ଓ ବାୟୋ ଟେକ୍ନୋଲୋଜି ବିଭାଗର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଯୋଗ ଦେଇ ୬ ଦିନିଆ ପ୍ରଶିକ୍ଷଣ ଶିବିର କୁ ଉଦଘାଟନ କରି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ଏହି ଶିବିର ରେ ଯୋଗ ଦେଇ ଅଧିକ ଜ୍ଞାନ କୌଶଳ କରିହେବ ବୋଲି କହିଥିଲେ।ଏହି ଶିବିର ପାଇଁ ପ୍ରସ୍ତୁତି ନିୟମାବଳୀ ପୁସ୍ତିକା ଉନ୍ମୋଚନ କରାଯାଇଥିଲା। ସମ୍ମାନୀତ ଅତିଥି ତଥା ମୁଖ୍ୟ ବକ୍ତା ଗୋପାଳପୁର ଜେଡ ଏସ ଆଇ ର ବୈଜ୍ଞାନିକ ଡ଼ଃ ଅନିଲ ମହାପାତ୍ର ଯୋଗ ଦେଇ ଡି ଏନ୍ ଏ ର ଜ୍ଞାନ କୌଶଳ ସମ୍ବନ୍ଧରେ ଆଲୋକପାତ କରିଥିଲେ। ମାନବ ସମ୍ବଳ ବିକାଶ କେନ୍ଦ୍ର ର ନିର୍ଦେଶକ ପ୍ରଫେସର୍ ଯୋଗେଶ୍ୱର ପାଣିଗ୍ରାହି ସ୍ବାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ସଂଯୋଜକ ଡ଼ଃ ଶ୍ଵାସତ ସୌରଭ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଅଧ୍ୟାପକ ଡ଼ଃ ଆଦିତ୍ୟ କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।କେନ୍ଦ୍ରୀୟ ଯାନ୍ତ୍ରିକ କେନ୍ଦ୍ର ର ନିର୍ଦେଶକ ପ୍ରଫେସର୍ ସୁକାନ୍ତ କୁମାର ତ୍ରିପାଠୀ,ଉପ ନିର୍ଦ୍ଦେଶକ ଡ଼ଃ ଲକ୍ଷ୍ମୀ ଧର ରାଉତ ଙ୍କ ସମେତ ବିଭାଗର ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories