Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଛ କହି ଫସିଗଲେ ଟ୍ରମ୍ପ ; ଧରାପଡିଲା ସବୁ ସତ

ୱାସିଂଟନ ଡିସି ;୨୫|୧୧: ଟାରିଫ ଭିତରେ ସମସ୍ତଙ୍କୁ ଫସାଉଥିବା ଟ୍ରମ୍ପ ଆଜି ନିଜେ ନିଜ ମିଛ ଭିତରେ ଫସି ଯାଇଛନ୍ତି | ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଛି ବଡ଼ ଝଟକା। ଭାରି ପଡ଼ିଗଲା ଟ୍ରମ୍ପଙ୍କ ମିଛ। ଯେଉଁ ମିଛ କହିଥିଲେ, ସେହି ମିଛ ପାଇଁ ଫସିଗଲେ ଟ୍ରମ୍ପ। ଯେଉଁ ଖବର ଏବେ ସାରା ବିଶ୍ୱରେ ଏକ ଆଲୋଚନାର ବିଷୟ ପାଲଟି ପାଲଟିଛି | ନିଜ ଦେଶରେ ବାରମ୍ବାର ଅପଦସ୍ଥ ହେଉଛନ୍ତି ଆମେରିକା ରାଷ୍ଟ୍ରପତି । ନିଜର ଏପରି ଭୁଲ ନିଷ୍ପତ୍ତି ପାଇଁ ଏବେ ଆମେରିକାର ଜନସାଧାରଣ ଏବେ ଆନ୍ଦୋଳନରେ ଯୋଗ ଦେଉଛନ୍ତି | ନିଜ ମନଇଚ୍ଛା ନିଷ୍ପତ୍ତି ଏବଂ ରାଜୁତିକୁ ଚେକ୍ ଦେଇଛନ୍ତି ୟୁଏସ ଫେଡେରାଲ ଜଜ୍ । ଏଫବିଆଇର ପୂର୍ବତନ ନିର୍ଦ୍ଦେଶକ ଜେମ୍ସ କୋମେ ଏବଂ ନ୍ୟୁୟର୍କର ଆଟର୍ଣ୍ଣି ଜେନେରାଲ ଲେଟିଟିଆ ଜେମ୍ସଙ୍କ ବିରୋଧରେ ଲାଗିଥିବା ମାମଲାକୁ ଖାରଜ କରିଛନ୍ତି କୋର୍ଟ । ଯାହା ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହଇରାଣ କରିବା ପାଇଁ ଟ୍ରମ୍ପଙ୍କ ଚାଲ୍ ଥିଲା ବୋଲି କୁହାଯାଉଛି । ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯଦି ନିଜ ଦେଶର ନୁହଁନ୍ତି, ତେବେ ସେ ଅନ୍ୟ ଦେଶର ଭଲ କେମିତି କରିବେ ତାହା ଏବେ ବଡ଼ ପ୍ରଶ୍ନ ହୋଇ ସମସ୍ତଙ୍କ ସାମ୍ନାରେ ଠିଆ ହୋଇଛି |

ସୂଚନା ଅନୁଯାଇ, ଗତ ଜାନୁଆରୀ ମାସରୁ ଟ୍ରମ୍ପ ନିଜ ରାଜନୈତିକ ଶତ୍ରୁ ଏବଂ ସମାଲୋଚକଙ୍କୁ ଟାର୍ଗେଟରେ ରଖିଛନ୍ତି । ପୂର୍ବତନ ସୁରକ୍ଷା ପରାମର୍ଶଦାତା ଜନ୍ ବୋଲ୍ଟନ ପ୍ରଥମେ ଏହି ଷଡଯନ୍ତ୍ରର ଶିକାର ହୋଇଥିଲେ । ତାଙ୍କ ବିରୋଧରେ ଗୁଇନ୍ଦା ତଥ୍ୟକୁ ସାର୍ବଜନୀନ କରିବା ଭଳି ସଙ୍ଗୀନ ଅଭିଯୋଗ ଲାଗିଥିଲା । ଅନ୍ୟ ଦିଗରେ ଆମେରିକାର ଜଣେ ଟ୍ରମ୍ପ ବିରୋଧି ବୈଜ୍ଞାନିକଙ୍କୁ ମଧ୍ୟ କାଠଗଡାର ସାମ୍ନା କରିବାକୁ ପଡିଛି । ଏହାପରେ ଟ୍ରମ୍ପଙ୍କ ଷଡଯନ୍ତ୍ରର ଶିକାର ହୋଇଥିଲେ ଜେମ୍ସ କୋମେ |

ରିପୋର୍ଟ ଅନୁସାରେ, ୬୪ ବର୍ଷୀୟ କୋମେଙ୍କ ବିରୋଧରେ ଗତ ସେପ୍ଟେମ୍ବର ମାସରେ ମାମଲା ଦାଖଲ ହୋଇଥିଲା । ସେ ୟୁଏସ କଂଗ୍ରେସକୁ ମିଛ ବୟାନ ଦେଇଥିବା ଅଭିଯୋଗରେ ଦର୍ଶାଇଯାଇଥିଲା । ସେହିପରି ଲେଟିଟିଆ ଯିଏ କି ଟ୍ରମ୍ପଙ୍କ ବିରୋଧରେ ଏକ ମାମଲା ଲଢୁଥିଲେ ତାଙ୍କ ବିରୋଧରେ ବ୍ୟାଙ୍କରେ ଜାଲିଆତି କରି ନେଣଦେଣ କରିଥିବା ଅଭିଯୋଗ ହୋଇଥିଲା ।

ତେବେ ଉଭୟଙ୍କ ବିରୋଧରେ ଲାଗିଥିବା ମାମଲାକୁ ଫେଡେରାଲ କୋର୍ଟ ଖାରଜ କରିଛନ୍ତି । ବିଚାରପତି କ୍ୟାମେରୁନ୍ କ୍ୟୁରି କହିଛନ୍ତି ଯେ, ମାମଲା ଦାଖଲ କରିଥିବା ବ୍ୟକ୍ତି ବେଆଇନ ଭାବେ ନିଯୁକ୍ତ ହୋଇଥିଲେ । ପ୍ରଥମେ ଲିଣ୍ଡସେ ହାଲିଗାନ୍ ମାମଲାକୁ କୋର୍ଟ ସମ୍ମୁଖରେ ରଖିଥିଲେ । କିନ୍ତୁ ତାଙ୍କୁ ପୂର୍ବରୁ ହ୍ୱାଇଟ୍ ହାଉସରୁ ସହାୟତା ମିଳୁଥିଲା । ତାଙ୍କ ପାଖରେ ଆଇନଜୀବୀ ହେବା ନେଇ ପୂର୍ବରୁ କୌଣସି ଅଭିଜ୍ଞତା ନାହିଁ । ଫେଡେରାଲ ଆଇନ ବା ୟୁଏସ ସଙ୍ଘୀୟ ନିୟମ ଅନୁସାରେ ବରିଷ୍ଠ ଆଇନଜୀବୀମାନଙ୍କୁ ସିନେଟରୁ ଅନୁମତି ମିଳିଥାଏ ।

ତାଙ୍କୁ କୌଣସି ବିଧିବଦ୍ଧ ଆଇନ ଦ୍ୱାରା ନିଯୁକ୍ତ କରାଯାଇନଥିଲା । ତେଣୁ ଅଭିଯୁକ୍ତଙ୍କ ବିରୋଧରେ ଲାଗିଥିବା ମାମଲାକୁ ଖାରଜ କରାଯାଇଛି । ଏହାସହ କୋର୍ଟ କୋମେ ଏବଂ ଲେଟିଟିଆଙ୍କୁ ଦୋଷମୁକ୍ତ କରିଥିଲେ । ଅନ୍ୟ ଦିଗରେ କୋମେ ଫେଡେରାଲ ଜଜ୍‌ଙ୍କ ରାୟକୁ ସ୍ୱାଗତ କରିଛନ୍ତି । ୟୁଏସ ରାଷ୍ଟ୍ରପତି ନିଜ ରାଜନୈତିକ ଶତ୍ରୁଙ୍କୁ ମାତ୍ ଦେବାକୁ ବେଆଇନ କାର୍ଯ୍ୟ କରିପାରିବେ ନାହିଁ ବୋଲି ପ୍ରମାଣିତ ହୋଇଛି । ଅନ୍ୟ ଦିଗରେ ଲେଟିଟିଆ ନିଜ ବିରୋଧରେ ଲାଗିଥିବା ଅଭିଯୋଗକୁ ମିଛ ଏବଂ ମନଗଢା ବୋଲି କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ