Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନିଷି ହାଟ ତୁଳୁ ରାସ୍ତା କୁ ଖୋଲି ରଖାଯିବା ନେଇ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ

ଗୋପାଳପୁର: ଜାତୀୟ ରାଜପଥ ୧୬ କୁ ସଂଯୋଗ କରୁଥିବା ତୁଳୁ ରୋଡ କୁ କନିସିହାଟ ଏବଂ ଶିହଳା ରୋଡ ଠାରୁ କନିଷି ହାଟ ଯାତାୟାତ ରାସ୍ତା କୁ ଖୋଲା ରଖିବା ନିମନ୍ତେ ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ କନିସି ପଂଚାୟତ ର ଜନସାଧାରଣ ଏବଂ ବିଭିନ୍ନ ପଂଚାୟତ ର ବ୍ୟକ୍ତି ମାନେ କନିଷି ତହସିଲଦାର ଙ୍କ ଜରିଆରେ ଗଞ୍ଜାମ ଜିଲ୍ଲାପାଳ, କେନ୍ଦ୍ର ପରିବହନ ମନ୍ତ୍ରୀ, ରାଜ୍ୟ ପରିବହନ ମନ୍ତ୍ରୀ, ଜାତୀୟ ରାଜପଥ ପ୍ରାଧିକରଣ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ, ଆରଡିସି ଙ୍କୁ ଯାତାୟତ ର ବିଭିନ୍ନ ସମସ୍ୟା ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି। କନିସି ହାଟ ଅଞ୍ଚଳ ଏକ ବ୍ୟବସାୟୀକ ପେଣ୍ଠସ୍ଥଳୀ ଅଟେ, ଏବଂ ସାପ୍ତାହିକ ହାଟ ପ୍ରତ୍ୟେକ ରବିବାର ଦିନ ବସେ। ଅଞ୍ଚଳରେ ଜାତୀୟ ରାଜପଥ ର ଉଭୟ ପାର୍ଶ୍ୱରେ ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ, କଲେଜ,ମହାବିଦ୍ୟାଳୟ, ବ୍ୟାଙ୍କ, ଅଗ୍ନିଶମ ବିଭାଗ, ଇଲେକ୍ଟ୍ରି ଅଫିସ, ସ୍ୱାସ୍ଥ୍ୟ କେନ୍ଦ୍ର, ମନ୍ଦିର ଆଦି ରହିଛି। କିନ୍ତୁ ପରିତାପର ବିଷୟ ଜାତୀୟ ରାଜପଥ କର୍ତୃପକ୍ଷ କନିସିହାଟ, ସଂଲଗ୍ନ ରାସ୍ତା ଟିକୁ ବ୍ୟାରିକେଟ ଦ୍ୱାରା ବନ୍ଦ କରିଦେଇଛନ୍ତି। ଯାହାଫଳରେ ଛାତ୍ର ଛାତ୍ରୀ ଏବଂ ଜନସାଧାରଣ ଘୋର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଏବଂ ଆର ପାର୍ଶ୍ୱ ରୋଡ କୁ ଅତିକ୍ରମ କରିବା ପାଇଁ ୪କିମି ଦୂର ଯାଇ ପୁଣି ଫେରିବାକୁ ପଡୁଛି। ଏବଂ ବିପରୀତ ରାସ୍ତା ଦେଇ ଯିବାକୁ ପଡୁଛି,ଯାହା କଷ୍ଟ ସାଧ୍ୟ। ରାସ୍ତା ର ଅପର ପାର୍ଶ୍ୱରେ ବସ ଷ୍ଟପ୍, ଅଟୋ ଷ୍ଟାଣ୍ଡ, ଏବଂ ଅଗ୍ନିଶମ ବିଭାଗ ରହୁଛି ଯଦି କିଛି ଦୁର୍ଘଟଣା ଏବଂ ଜରୁରୀକାଳୀନ ପରିସ୍ଥିତି ରେ ସହାୟତା ପାଇଁ ୧୦୮ କୁ କିମ୍ବା ଅଗ୍ନିଶମ ବିଭାଗ କୁ ଖବର ଦେଲେ ଗାଡି ବହୁତ ବିଳମ୍ବରେ ପହଁଚୁଛି, ରୋଗୀ କୁ ମେଡିକାଲ ନେବାରେ ମଧ୍ୟ ବହୁତ ଅସୁବିଧା ହେଉଛି। ଏଣୁ ଏହାର ପ୍ରତିକାର ବ୍ୟବସ୍ଥା ପାଇଁ କନିସି ହାଟ ତଳୁ ରୋଡ ଏବଂ କନିସି ହାଟ ଶିହଲା ରାସ୍ତା ରୁ ରାସ୍ତା ଦେଲେ ଏବଂ ସେଠାରେ ଏକ ତୁରନ୍ତ ଓଭରବ୍ରିଜ ନିର୍ମାଣ କଲେ ଜନସାଧାରଣ, ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ। ସ୍ଥାନୀୟ ଲୋକଙ୍କ ମଧ୍ୟରେ ରଜତ ପଣ୍ଡିତ, ସନତ ନାୟକ, ରାମାରାଓ ପାତ୍ର, ଗୋପି ମହାରଣା, ଗଙ୍ଗାଧର ଶତପଥୀ, ଡି. ମାଧେୟା, ସୁକାନ୍ତ ମଲଣା,ଆର.କେ.ମହାରଣା, ଜଗନ୍ନାଥ ଦାସ ଅନ୍ୟାନ୍ୟ କେତେକ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories