Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ୩ ଦିନିଆ ବାର୍ଷିକ ଉତ୍ସବ ଉଦଘାଟିତ

ଗୋପାଳପୁର : ଶୀତଳାପଲ୍ହି ସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ପରିସର ରେ ଆଜି ତିନିଦିନିଆ ବାର୍ଷିକ ମହୋତ୍ସବ ଉଦଘାଟିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶ୍ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗ ଦେଇ ଏହାର ଉଦଘାଟନ କରିଥିଲେ ଏବଂ ତା ସହ ଛାତ୍ର ଛାତ୍ରୀ ଙ୍କୁ ପାଠ ପଢ଼ା ସହ ଶୃଙ୍ଖଳିତ ହେବା ସହ ଦୃଢ଼ ମନ ନେଇ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ।ନମ୍ରତା ଜ୍ଞାନ ଯୋଗ୍ୟତା ରୁ ସ୍ଥାନ ଏବଂ ଭଦ୍ରତା ରୁ ମାନ ଏହି ତିନୋଟି ମହlମନ୍ତ୍ର କୁ ସାଥିରେ ରେ ରଖି ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ସ୍ୱାଇଁ ସଭାପତିତ୍ୱ କରିବା ସହ ମହାବିଦ୍ୟାୟଳୟ ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ବିଶ୍ଵାଳ ସଂଯୋଜନା କରିଥିଲେ। କଲେଜ ର ଛାତ୍ରୀ ମୋନାଲିସା ବିଶ୍ଵାଳ ସାଂସ୍କୃତିକ ଓ କ୍ରୀଡ଼ା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଛାତ୍ର ସଂଗ୍ରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସର ରେ କଲେଜ୍ ର ବାର୍ଷିକ ମାଗାଜିନ୍ ର ସମ୍ପାଦକ ଡ଼ଃ
ସୁଦର୍ଶନ ସାହୁ ଙ୍କ ସମ୍ପାଦନା ରେ ପୁସ୍ତିକା
‘ଦରବାର’ ଅତୀଥି ମାନଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା। ଛାତ୍ର ଅବିନାସ ପତି ଓ ଛାତ୍ରୀ ସୁହାନି ସୁକନ୍ୟା ରାୟ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଇଥିବା ବେଳେ ଆଜିର ମୁଖ୍ୟ ଆକର୍ଷଣ ସମ୍ବଲପୁରୀ ଗୀତିକାର ମଣ୍ଟୁ ଛୁରୀୟl ଙ୍କ ସମ୍ବଲପୁରୀ ଗୀତ ରେ ଛାତ୍ର ଛାତ୍ରୀ ଝୁମିଥିଲେ। ଏହି କାର୍ଯ୍ୟକ୍ରମ କୁ ଛାତ୍ର ବିଜୟ କୁମାର ରେଡ୍ଡୀ, ସଞ୍ଜୀବ ସାହୁ, ବିଭାସ ମିତ୍ର,ଜ୍ୟୋତିପ୍ରଭା ପତି, ସଞ୍ଜନା ସୁହାନି,ଗୋବିନ୍ଦ, ଶ୍ରଦ୍ଧା, ସୁହାନା, ସୋନୀୟା ଓ ଉଦିତ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ କର୍ମଚାରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories