Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ସମ୍ପ୍ରସାରଣ ପାଇଁ ପୂର୍ତ୍ତବିଭାଗ ପକ୍ଷରୁ ୩୦ କୋଟି ଟଙ୍କା ର‌ ଟେଣ୍ଡର ଆହ୍ବାନ

ବହୁ ପ୍ରତିକ୍ଷିତ ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିବା ଜଣାପଡ଼ିଛି।ଆଜି ପୂର୍ତ୍ତ ବିଭାଗ ପକ୍ଷରୁ ଆଜି ବିମାନ ବନ୍ଦର କୁ ବି ୨ ଟାଇପ ରେ ସମ୍ପ୍ରସାରିତ ନିମନ୍ତେ ୩୦ କୋଟି ୩ ଲକ୍ଷ ୪୨ ହଜାର ୬୬୭ ଟଙ୍କାର ଟେଣ୍ଡର ଆହ୍ବାନ କରାଯାଇଥିବା ବେଳେ ଟେଣ୍ଡର ପକାଇବା ନିମନ୍ତେ ଜୁନ ୭ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି।ଏହା ମଧ୍ୟରେ ଗତ ମାର୍ଚ୍ଚ ମାସ ୫ ତାରିଖରୁ ରାଜ୍ୟ ସରକାରଙ୍କ ପକ୍ଷରୁ ୯ ସିଟ୍ ବିଶିଷ୍ଟ ବିମାନ ସେବା ସପ୍ତାହ ରେ ୨ ଦିନ ନିମନ୍ତେ ଭୁବନେଶ୍ୱର ଓ ରଙ୍ଗେଇଲୁଣ୍ଡା ମଧ୍ୟରେ ଆରମ୍ଭ ହୋଇଥିଲା।ଏହା ମଧ୍ୟରେ ଗତ ୧୦ ତାରିଖ ଦିନପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଭିର ବିକ୍ରମ ଯାଦବ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରେ ପହଞ୍ଚି ବିମାନ ବନ୍ଦର ସମ୍ପ୍ରସାରଣ କରିବା ନେଇ ଜିଲ୍ଲା ପ୍ରଶାସନିକ ଅଧିକାରୀ ଙ୍କ ସହ ଆଲୋଚନା କରି ଫେରିଥିଲେ। ବର୍ତ୍ତମାନ ବିମାନ ବନ୍ଦରର ଲମ୍ବ ୯୩୦ ମିଟର ସମ୍ପ୍ରସାରଣ ପାଇଁ ପ୍ରଥମ ଦଫାରେ ଜମି ଅଧିଗ୍ରହଣ କାମ ଚାଲୁରହିଥିବା ବେଳେ ଆଗାମୀ ଦିନରେ ଏହାକୁ ପୁଣି ୫୦୦ ମିଟର ଅଧିକ ସମ୍ପ୍ରସାରଣ କରିବା ପାଇଁ ଡି ପି ଆର ପ୍ରସୂତ କରାଯାଇଛି।ଏହା ହେଲେ ଗୋପାଳପୁର – ବ୍ରହ୍ମପୁର ମୁଖ୍ୟ ରାସ୍ତା ର ପଥ ପରିବର୍ତ୍ତନ କରାଯାଇ କରାପଲ୍ଲୀ ପ୍ରବେଶ ପଥରେ ଥିବା ପୋଖରୀ ନିକଟରେ ସଂଯୋଗ ହେବ ବୋଲି ଜଣାପଡିଛି। ବିମାନ ବନ୍ଦର ସମ୍ପ୍ରସାରଣ କରିବା ପାଇଁ ଏବେ ଯେଉଁ ଟେଣ୍ଡର ଆହ୍ବାନ କରାଯାଇଛି, ସେଥିରେ ଅଧିକ ୫୦୦ ମିଟର ସମ୍ପ୍ରସାରଣ କାମ କୁ ଅନ୍ତର୍ଭୁକ୍ତ କରାଯାଇ କାମ କରାଯିବ ବୋଲି ସୂଚନା ଦିଆଯାଇଛି। ବିମାନ ବନ୍ଦର ସମ୍ପ୍ରସାରଣ କାର୍ଯ୍ୟ ସରିବା ପରେ ଏବେ ଚାଲୁଥିବା ୯ ସିଟ ବିଶିଷ୍ଟ ବିମାନ ଚଳା ଚଳ ବଦଳରେ ୭୨ ସିଟ ବିମାନ ଚାଲିବ ବୋଲି ଯୋଜନା ରହିଛି। ବିମାନ ବନ୍ଦର ସମ୍ପ୍ରସାରଣ କାମ ସରିବା ପରେ ଭୁବନେଶ୍ୱର ରୁ ରଙ୍ଗେଇଲୁଣ୍ଡା, ରଙ୍ଗେଇଲୁଣ୍ଡା ରୁ ଭୁବନେଶ୍ୱର, ବିଶାଖାପାଟଣା ବିମାନ ଚଳା ଚଳ କରିବାକୁ ଯୋଜନା କରାଯାଉଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories