Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଦାକୁ ଆସିଲା ଦିଲ୍ଲୀ ବିସ୍ଫୋରଣର ଆଶ୍ଚଯ୍ୟଜନକ ତଥ୍ୟ; ବିସ୍ଫୋରଣର ନାମ ‘ଅପରେସନ ଏମିର’

ନୂଆଦିଲ୍ଲୀ ;୨୬|୧୧: ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ଏହି ମାମଲାକୁ ନେଇ ତଦନ୍ତକାରୀ ଏଜେନ୍ସି ବଡ଼ ଖୁଲାସା କରିଛନ୍ତି । କହିବା ଅନୁଯାଇ ୨୦୧୬ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିବା ଆତଙ୍କବାଦୀ ବୁରହାନ ୱାନି ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଚାହୁଁଥିଲା ଡକ୍ଟର ଉମର । କାରଣ ୱାନିର ମୃତ୍ୟୁ ପରେ ଡକ୍ଟର ଉମର ଜମ୍ମୁ-କାଶ୍ମୀରରେ ହୋଇଥିବା ପ୍ରତିବାଦରେ ସାମିଲ ହୋଇଥିଲା| ମୃତ୍ୟୁର ପ୍ରତିଶୋଧ ନେବା କଥା ମଧ୍ୟ କହିଥିଲା। ଏହାପରେ ଭାରତ ସରକାରଙ୍କ ଜମ୍ମୁ-କଶ୍ମୀରରେ ନୂଆ ନିୟମ ଧାରା ୩୭୦ ପ୍ରତ୍ୟାହାର ପରେ କ୍ରୋଧିତ ହୋଇଯାଇଥିଲା ଉମର। ଘଟଣାର ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ, ଉମର ୨୦୨୩ ମସିହାରୁ IED ଡିଭାଇସ୍ ସମ୍ପର୍କିତ ଗବେଷଣାରେ ନିୟୋଜିତ ହୋଇ ରହିଥିଲେ।

୨୦୨୩ ହରିୟାଣାରେ ଦେଖା ଯାଇଥିବା ସାଂପ୍ରଦାୟିକ ହିଂସା ଓ ୨୦୨୩ ମାର୍ଚ୍ଚରେ ୨୫ ବର୍ଷୀୟ ନସିର ଓ ୩୫ ବର୍ଷୀୟ ଜୁନେଦଙ୍କୁ ଗୋ ରକ୍ଷାକାରୀମାନେ ହତ୍ୟା କରିଥିବାରୁ ଉମର ଏହାକୁ ନେଇ ପ୍ରତିଶୋଧ ଚାହୁଁଥିଲା । ସେହିପରି ଟେରର ମଡ୍ୟୁଲରେ ପ୍ରଥମ ସଦସ୍ୟ ଭାବେ ନିଯୁକ୍ତି ପାଇଥିବା ମୁଜାମିଲ ଶକୀଲକୁ ଜେରା କରିବା ବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି ।

ମୁଜାମିଲ ଜୈଶ-ଇ-ମହମ୍ମଦ ପାଇଁ କାମ କରୁଥିବା ମୌଲବୀ ଇରଫାନ ଅହମଦ ଜରିଆରେ ହ୍ୱାଇଟ କଲାର ଟେରର ମଡ୍ୟୁଲର ପ୍ରଥମ ସଦସ୍ୟ । ସେ ହିଁ ପ୍ରଥମେ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ଉମରର ନାଁ ଏମିର ରହିଥିଲା ବୋଲି କହିଛି । ଆତଙ୍କବାଦୀମାନେ ଯୋଜନାର ନାଁ ‘ଅପରେସନ ଏମିର’ ବୋଲି ରଖିଥିଲେ। ଆତ୍ମଘାତୀ ବିସ୍ଫୋରଣକାରୀର ନାଁ ଅନୁସାରେ ଏପରି ନିଷ୍ପତ୍ତି ହୋଇଥିଲା । ଟେରର ମଡ୍ୟୁଲରେ ସବୁଠାରୀ ଜ୍ଞାନୀ ଥିଲା ଉମର । ସେ ୯ଟି ଭାଷା ଜାଣିଥିବା ବେଳେ ତା’ର ଶିକ୍ଷାଗତ ଯୋଗ୍ୟତା ଓ ଦକ୍ଷତା ସମସ୍ତଙ୍କ ଠାରୁ ଅଧିକ ଥିଲା । ପ୍ରଥମେ ଟେରର ମଡ୍ୟୁଲର ସଦସ୍ୟମାନେ ହରିୟାଣାରେ ରଖିଥିବା ବିସ୍ଫୋରକକୁ ଜମ୍ମୁ-କଶ୍ମୀର ନେବାକୁ ଚାହୁଁଥିଲେ । ସେହି ସ୍ଥାନରେ କିଛି ବଡ଼ ଅଘଟଣ ଘଟାଇବାକୁ ଉମର ଯୋଜନା କରିଥିଲା ।

ନଭେମ୍ବର ୧୦ ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୨୫ ଜଣ ଆହତ ହୋଇଥିଲେ । ବିସ୍ଫୋରଣରେ ବହୁତ ଲୋକେ ଆତଙ୍କିତ ହେବା ସହିତ ଆହତ ମଧ୍ୟ ହୋଇଥିଲେ | ଯେପରିକି କାହା କାନର ପରଦା ଫାଟିଥିଲା ତ କାହାର ଫୁସଫୁସ ଏବଂ ଅନ୍ତନଳୀ ଫାଟି ଯାଇଥିଲା । କେତେକଙ୍କ ମୃତ୍ୟୁ ଘଟଣାସ୍ଥଳରେ ହିଁ ହୋଇଯାଇଥିଲା। ଅନ୍ୟ ଗୁରୁତର ଆହତ ବ୍ୟକ୍ତିମାନଙ୍କୁ ହସ୍ପିଟାଲରେ ଡାକ୍ତର ମାନେ ମୃତ ଘୋଷଣା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ