Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ; ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ଉଦବୋଧନ ଦେବେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର;୨୬|୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଅଛନ୍ତି | ତେବେ କାଲିଠାରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି | ଏହି ଅଧିବେଶନ ପାଇଁ ପୂର୍ବ ପ୍ରସ୍ତୁତି ଚାଲିଛି | ଆଜି ବିଧାନସଭା ବାଚସ୍ପତି ସୁରମା ପାଢି ସର୍ବଦଳୀୟ ବୈଠକ ଡକେଇଛନ୍ତି । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ସବୁ ଦଳର ସହଯୋଗ ଲୋଡ଼ିବେ ବାଚସ୍ପତି।

ଏହି ଶୀତ ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ | ଏହି ଅଧିବେଶନରେ ମୋଟ୍ ୨୯ଟି କାର୍ଯ୍ୟଦିବସ ରହିଛି। ଏହି ଶୀତ ଅଧିବେଶନ ଐତିହାସିକ ହେବାକୁ ଯାଉଛି। କାରଣ ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ସୂଚନା ମୁତାବକ ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ। ଭୁବନେଶ୍ୱର ବିମାନ ବନ୍ଦରରୁ ଓଲ୍ହାଇବା ପରେ ସିଧା ଯିବେ ଗଭର୍ଣ୍ଣର ହାଉସ। ସେଠାରେ କିଛି ସମୟ ବିଶ୍ରାମ ପରେ ୪ଟା ୨୦ରେ ବିଧାନ ସଭାକୁ ଆସିବେ। ଏହାପରେ ୪ଟାରେ ଗୃହରେ ଉଦବୋଧନ ଦେବେ ରାଷ୍ଟ୍ରପତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ