Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ବଡ ବୟାନ ; ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ କହିଲେ ଯେ ….

ଭୁବନେଶ୍ୱର;୨୭|୧୧: ଆଜିଠୁ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି | ପ୍ରଥମଥର ପାଇଁ ବିଧାନସଭାକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ନିଜର ବୟାନ ରଖିଛନ୍ତି । ସେ କହିଛନ୍ତି, ” ଦଳ କହିଥିଲା ଭୁଲ, ବାପା ନେଇଥିବା ନିଷ୍ପତି ଠିକ୍ ଥିଲା”। କାରଣ ରାଷ୍ଟ୍ରପତି ନିର୍ବାଚନ ବେଳେ ଦଳ ବିରୋଧରେ ମତଦାନ କରିଥିଲେ ପୂର୍ବତନ ବାରବାଟୀ ବିଧାୟକ ମହମ୍ମଦ ମୋକ୍କିମ୍‌ ।

ସେ ଏହା ମଧ୍ୟ କହିଛନ୍ତି, ବାପା ଓଡ଼ିଆ ଅସ୍ମିତା ପାଇଁ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଥିଲେ । ଦଳ ପକ୍ଷରୁ କୌଣସି ହୁଇପ୍ ଜାରି ହୋଇନଥିଲା । ଇଚ୍ଛା ଅନୁସାରେ ଭୋଟ୍ ଦେବାକୁ କୁହାଯାଇଥିଲା । ବାପା ମାଟିକୁ ଗୁରୁତ୍ଵ ଦେଇ ଓଡ଼ିଆ ଅସ୍ମିତାକୁ ବାଛିଥିଲେ ।

ସେତେବେଳେ ଏନଡିଏର ପ୍ରାର୍ଥୀ ଥିବା ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇ ଚର୍ଚ୍ଚାକୁ ଆସିଥିଲେ ମହମ୍ମଦ ମୋକ୍କିମ । ଏପରିକି କଂଗ୍ରେସ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ନୂଆପଡ଼ା ଉପ-ନିର୍ବାଚନ ପରେ ଭକ୍ତଙ୍କ ବୀଭିଷଣ ଉପାଖ୍ୟାନକୁ ନେଇ ପିସିସି ସଭାପତିଙ୍କୁ ଟାର୍ଗେଟ କରିଥିଲେ ମୋକ୍କିମ । ଏଭଳି ସୋଫିଆଙ୍କ ବୟାନ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ