Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ସ୍ତରୀୟ ବକ୍ସିଂ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବେ ଶୁଭ୍ରତା

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର ଗ୍ରାମର ର ବକ୍ସିଂ ଖେଲାଳି ଶୁଭ୍ରତା କଳତା ଜାତୀୟସ୍ତରୀୟ ବକ୍ସିଂ ପ୍ରତିଯୋଗିତା ରେ ଭାଗ ନେବାକୁ ମନୋନିତ ହୋଇଛନ୍ତି। ରାଉରକେଲାର ଷ୍ଟିଲ ପ୍ଲାଣ୍ଟ ଷ୍ଟାଡିୟମ ଠାରେ ଚାଲିଥିବା ରାଜ୍ୟସ୍ତରୀୟ ବକ୍ସିଂ ପ୍ରତିଯୋଗିତା ରେ ସୁବର୍ଣ୍ଣପୁର ଜିଲ୍ଲା ରୁ ଉଭୟ ପୁରୁଷ ଓ ମହିଳା ବିଭାଗରେ ୩ ଜଣ ଖେଳାଳି ଭାଗ ନେଇଥିବା ବେଳେ ମହିଳା ବିଭାଗରେ ଶୁଭ୍ରତା କଳତା ୫୦ ରୁ ୫୭ କି.ଗ୍ରା ବର୍ଗରେ ଜାତୀୟସ୍ତର କୁ ମନୋନିତ ହୋଇଛନ୍ତି । ଆସନ୍ତା ମାସ ୧୨ ତାରିଖ ସିକିମ ର ଗ୍ୟାଙ୍ଗଟକ ଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ ବୋଲି ସୁଚନା ମିଲିଛି । ତାଙ୍କ ଏହି ସଫଳତା ପାଇଁ କୋଚ କଲିମ ମହମ୍ମଦ, କୃତିବାସ ଶତପଥି, ଜିଲ୍ଲା ବକ୍ସିଂ ସଂଘ ସମ୍ପାଦକ ବ୍ରଜଗୋପାଳ ପଣ୍ଡା, ଜିଲ୍ଲା ଅଥଲେଟିକ ସଂଘ ସମ୍ପାଦକ ପିୟୁଷ କୁମାର ପଣ୍ଡା, ଶିକ୍ଷକ ରାଜେଶ ମେଣ୍ଡିଲି ପ୍ରମୁଖ ଶୁଭେଚ୍ଛା ଜଣାଇବା ସହ କିପରି ଆଗମି ଜାତୀୟ ପ୍ରତିଯୋଗିତା ରେ ଭଲ ପ୍ରଦର୍ଶନ କରିବାକୁ ଶୁଭକାମନା ପ୍ରଦାନ କରିଛନ୍ତି।