ବହୁଜନ ସମାଜପାର୍ଟି ର ବୈଠକ
ଲକ୍ଷ୍ମୀପୁର ୨୮/୧୧/୨୦୨୫…ଶୁକ୍ରବାର ଦିନ ନାରାୟଣ ପାଟଣା ଗଦରାଗୁଡା ତୋଟାରେ ବହୁଜନ ସମାଜ ପାର୍ଟି (ବି.ଏସ୍.ପି) ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଦଳର କୋରାପୁଟ ଜିଲ୍ଲା ସଭାପତି ଘନସ୍ୟାମ ହାଲୱା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିba ବେଳେ ସମ୍ମାନୀୟ ଅତିଥି ଭାବେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ବିଧାନ ସଭାର ସଭାପତି ପ୍ରମୋଦ କୁମାର ତୁରୁକ ଯୋଗଦେଇଥିବା ବେଳେ ବିଧାନ ସଭାର ପ୍ରଭାରୀ ଯୋଗେଶ ମହାନନ୍ଦିଆ ମଞ୍ଚକୁ ପରିଚାଳନା କରିଥିଲେ ।କାର୍ଯ୍ୟକ୍ରମ ରେ ନାରାୟଣପାଟଣା ବ୍ଲକର ପାଖାପାଖି ୨୦୦ ଯୁବକ ଉପସ୍ଥିତ ଥିଲେ କୋରାପୁଟ ଜିଲ୍ଲା ସଭାପତି ଶ୍ରୀ ହାଲୱା ଦଳର ସଂଗଠନ କିପରି ସୁଦୃଢ଼ ହୋଇପାରିବ ଓ ବି.ଏସ୍.ପି ଦଳ ଦ୍ୱାରା ଅଞ୍ଚଳର ବିକାଶ କିପରି ହୋଇ ପାରିବ ତାହା ଉପରେ ଅବଗତ କରିବା ପରେ ନାରାୟଣପାଟଣାରେ ଏକ ନୂତନ ବ୍ଲକ କମିଟି ଗଠନ କରାଗଲା । ନୂତନ କମିଟିରେ ବ୍ଲକ ସଭାପତି ଭାବେ କିଶୋର ପାଙ୍ଗିଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବ୍ଲକ ପ୍ରଭାରୀ ଭାବେ ଲୋକନାଥ ପାଙ୍ଗି, ସାଧାରଣ ସମ୍ପାଦକ ଅନନ୍ତ ଶିରିକା, ଉପ-ସଭାପତି ରାଜକୁମାର୍ ହିଆଲ୍, ସହକାରୀ ସମ୍ପାଦକ ରଞ୍ଜନ କୁଲେସିକା, କୋଷଧ୍ୟକ୍ଷ ସଞ୍ଜୟ କେଣ୍ଡ୍ରୁକା, ସାଂଗଠାନିକ ସଭାପତି ମାଣିକ ଗାଣ୍ଠା, କାର୍ଯ୍ୟକାରୀ ସଭାପତି ଲାଟି କଣ୍ଡତମାର, ଉପଦେଷ୍ଟା ସୁଧାନ ତାଡିଙ୍ଗି ଓ ଦାଶ ତାଡିଙ୍ଗିଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଜିଲ୍ଲା ମାଣ୍ଡିଙ୍ଗି ଓ ଉତ୍ତରା ୱାଡେକାଙ୍କୁ କମିଟିର ମୁଖ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦାୟିତ୍ୱ ଦିଆଯାଇଥିଲା । ଶେଷରେ ନାରାୟଣପାଟଣା ବ୍ଲକର ନୂତନ ବ୍ଲକ ସଭାପତି କିଶୋର ପାଙ୍ଗି ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକୁ ସାଙ୍ଗ କରିଥିଲେ ।

