Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରବି ସ୍ୱାଇଁ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l

ଅସ୍ତରଙ୍ଗ, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ପାଟଳଦା ଗ୍ରାମ ପଂଚାୟତ ର ସୁନ୍ଦର ଗ୍ରାମରେ ଥିବା ସୁରେନ୍ଦ୍ର ନାଥ ବିଦ୍ୟାଳୟ ର କର୍ମଚାରୀ ରବୀନ୍ଦ୍ର ନାଥ ସ୍ୱାଇଁ ଙ୍କ ର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ରବିବାର ଦିନ ଅନୁଷ୍ଠିତ ହୋଇ ଯାଇ ଅଛି l ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଶ୍ରୀ ସୁରେନ୍ଦ୍ର ନାଥ ନାୟକ ଙ୍କ ଏହି ମଣିଷ ତିଆରି କାରଖାନା ରେ ଶ୍ରୀ ସ୍ୱାଇଁ ୪୨ବର୍ଷ ଧରି ଚତୁର୍ଥ ଶ୍ରେଣୀ କର୍ମ ଚାରି ଭାବେ କାର୍ଯ୍ୟ କରି ଆଜିର ଦିନରେ କର୍ମ କ୍ଷେତ୍ରରୁ ବିଦାୟ ନେଉ ଥିବାରୁ, ତାଙ୍କର ଅତୀତର କାର୍ଯ୍ୟକ୍ରମ କୁ ଉପସ୍ଥିତ ଅତିଥି ମାନେ ଭୂୟସି ପ୍ରଶଂଶା କରିଥିଲେ l ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାର ଉଦ୍ଘାଟକ ଅତିଥି ଭାବେ କାକଟପୁର ବିଧାୟକ ତୁଷାର କନ୍ତି ବେହେରା ରହି ଥିବା ବେଳେ, ମୁଖ୍ୟ ଅତିଥି ଥିଲେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ସ୍ୱାଧୀନ କୁମାର ନାୟକ l ସେହି ପରି ସମ୍ମାନିତ ଅତିଥି ଭାବେ, ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଦୁଷ୍ମନ୍ତ ବେହେରା, ପୂର୍ବତନ ପ୍ରଧାନ ଶିକ୍ଷକ ଅଶୋକ ମହାରଣା, ରାମଚନ୍ଦ୍ର ସ୍ୱାଇଁ, ପ୍ରଭୁତି ରହି ରବି ଙ୍କର ଚାକେରି କାଳ ଭିତରେ ସ୍କୁଲ ର ଉର୍ନ୍ନତି, ତଥା ବରିବେଶ ସୁରକ୍ଷା,ପାଠ ପଢ଼ାରେ ଶିକ୍ଷକ ମାନଙ୍କ ଶିକ୍ଷଦାନ ଉପରେ ନଜର, ଛାତ୍ର ଛାତ୍ରୀ ମାନଙ୍କୁ ଉଚିତ ମାର୍ଗ ଦର୍ଶନ ସହ ଯତ୍ନ ବାନ ଓ ଶିକ୍ଷକ ଙ୍କ ପ୍ରିୟ ଭାଜନ ହୋଇ କିପରି ୧୯୮୩ ମାସିହାରୁ ଉକ୍ତ ଅନୁଷ୍ଠାକୁ ନିଜର ଭାବି ଗଢି ତୋଳିଥିଲେ ସେ ବିଷୟ ରେ ଅତିଥି ମାନେ ନିଜ ନିଜର ମତ ବ୍ୟକ୍ତ କରି ଥିଲେ l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ସଭପତି ତ୍ୱରେ ଆୟୋଜିତ ଏହି ସଭାରେ ରବି ସ୍ୱାଇଁ ଙ୍କୁ ବର୍ତମାନ ଓ ପୁରାତନ ଛାତ୍ରୀ, ଅଭିଭାବକ, ଶିକ୍ଷକ ମାନଙ୍କ ତରଫରୁ ସମ୍ବର୍ଦ୍ଧିତ କରା ଯାଇଥିଲା l ଏକ ବିରାଟ ପଟୁଆର ରେ ଶ୍ରୀ ସ୍ୱାଇଁ ଙ୍କୁ ତାଙ୍କ ବାଶ ଗୃହ ପର୍ଯ୍ୟନ୍ତ ପାଛୋଟି ନିଆ ଯାଇ ଥିଲା l ଏହି କାର୍ଯ୍ୟକ୍ରମ କୁ ପରି ଚାଳନା କରିଥିଲେ ଶିକ୍ଷକ ଧୀରେନ୍ଦ୍ର ପ୍ରଧାନ ଓ ସାହଯୋଗ କରିଥିଲେ ଶିକ୍ଷକ ଶିକ୍ଷୟତ୍ରୀ, ପୁରାତନ ଛାତ୍ର ଛାତ୍ରୀ ବୃନ୍ଦ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ