Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସ ବି ଆଇ ଅସ୍ତରଙ୍ଗ ଶାଖା ର ନବ କଳେବର

ଅସ୍ତରଙ୍ଗ, ୨୦୦୯ ମସିହାରେ ଅସ୍ତରଙ୍ଗ ବଜ଼ାର ମଧ୍ୟରେ ଆରମ୍ଭ ହୋଇଥିଲା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାକୁ ନବ କଳେବର ଵା ସଂପ୍ରଶାରଣ କରା ଯାଇ ଅଛି l ଏହି ସମ୍ପ୍ରଶାରଣ କାର୍ଯ୍ୟକ୍ରମ କୁ ଫିତା କାଟି ଉଦଘାଟନ କରିଥିଲେ ଭୁବନେଶ୍ୱର ର ମୁଖ୍ୟ କାର୍ଯ୍ୟାଳୟ ର ଜେନେରାଲ ମ୍ୟାନେଜର ଡ଼କ୍ଟର ବନ୍ଦନା ଆଗ୍ରୱାଲା ଓ ପୁରୀ ଜିଲ୍ଲା ଆଞ୍ଚଳିକ ଅଧିକାରୀ ଭାରତ ଚନ୍ଦ୍ର ସାହୁ l ଶାଖା ସଂପ୍ରଶରଣ ହେବା ପରେ ମହିଳା ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଟ,ଋଣ ସେକସନ,
ଡିଜିଟାଲ ସେବା, ଲକର ସିଷ୍ଟମ ଭଳି ସୁବିଧା,ସେବା ଯୋଗାଇ ଦେବା ପାଇଁ ଉପଲବ୍ଧ ରହିଅଛି l ଉଦ୍ଘାଟନ ସରିବା ପରେ ଗରାଖ ଇଶ୍ୱର ମାନଙ୍କୁ ନେଇ ବ୍ୟାଙ୍କ ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଥିଲା l ଏହି ସବୁ କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ଶାଖା ପରି ଚାଳକ ବଳରାମ ଦତ୍ତ, ହିସାବ ରକ୍ଷକ କ୍ଷମାନିଧି ବେହେରା, ଋଣ ଆଧିକାରୀ ରାଜନ ନନ୍ଦୀ,କିରାନି ସ୍ମୃତି ରଞ୍ଜନ ବାରିକ, ଗାର୍ଡ ଦିଲ୍ଲୀପ କୁମାର ମହାନ୍ତି, ପ୍ରମୁଖ ଉପସ୍ଥିତ ଥିଲେ l ପ୍ରାରମ୍ଭ ରେ ଆଗନ୍ତୁକ ଅତିଥି ମାନଙ୍କୁ ଏକ ଶୋଭାଯାତ୍ରା ରେ ଅଣା ଯାଇ ଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ