Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ନାରାୟଣପୁର ପଞ୍ଚାୟତ ରେ ଦ୍ବିତୀୟ ଥର ପାଇଁ ଲୋକାୟୂତ ର ୪ ଜଣିଆ ଦଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ତଦାରଖ

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାମ ର ଦୁର୍ନୀତି ଅଭିଯୋଗ ନେଇ ଲୋକାୟୁତ ରେ ମାମଲା ଦାୟର କରାଯାଇଥିଲା।ଏହାକୁ ଭିତ୍ତି କରି ଲୋକାୟୁତ ରେ ୩୪/୨୨ ଏକ ମାମଲା ରୁଜୁ କରାଯାଇ ପ୍ରଥମ ଦଫାରେ ଲୋକାୟୁତ ର ଏକ ଟିମ ପଞ୍ଚାୟତ ପରିଦର୍ଶନ ରେ ଆସି ତଦନ୍ତ କରିଥିବା ବେଳେ ଆଜି ଦ୍ବିତୀୟ ଥର ନିମନ୍ତେ ଲୋକାୟୁତର ତଦନ୍ତ ଅଧିକାରୀ ନିର୍ଦ୍ଦେଶକ ତ୍ରିଲୋଚନ ପ୍ରଧାନଙ୍କ ନେତୃତ୍ୱରେ ଡେପୁଟି ଡାଇରେକ୍ଟର ଇଞ୍ଜିନିୟରିଂ ମାନ ଗୋବିନ୍ଦ ବିଶ୍ଵାଳ,ପୁଲିସ ଇନ୍ସପେକ୍ଟର ସୁନିଲ କୁମାର ପଟ୍ଟନାୟକ, ଆସିଷ୍ଟାଣ୍ଟ ଇଞ୍ଜିନିୟର ସଞ୍ଜୀବ ସେନାପତି ପ୍ରମୁଖ ୪ ଜଣିଆ ଦଳ ପଞ୍ଚାୟତରେ ପହଞ୍ଚି ଅଭିଯୋଗ କରିଥିବା ଏନ୍.ରାମ ମୂର୍ତ୍ତିଙ୍କ ସହ ଆଲୋଚନା କରିଥିଲେ।ଏଥି ସହ ଅଭିଯୋଗ ପ୍ରକାରରେ ପଞ୍ଚାୟତର ମନସୁରକୋଟା ଅଙ୍ଗନବାଡ଼ି କେନ୍ଦ୍ର, ଆଲୀପୁରର ଗାନ୍ଧୀ ଛକ ରାସ୍ତା, ଅସୁରାଳ ବନ୍ଧକୁ ରାସ୍ତା, କୁଆରୀବନ୍ଧ, ମସାଣି ରାସ୍ତା ସମେତ ଅନ୍ୟାନ୍ୟ କାମ ତଦାରଖ ସହ ଯାଞ୍ଚ କରିଛନ୍ତି।ଏହି ଟିମ ୨ ଦିନିଆ ଗସ୍ତରେ ୮ ଟି ପ୍ରକଳ୍ପ ଉପରେ ହୋଇଥିବା ଅଭିଯୋଗକୁ ତଦାରଖ କରିବେ ବୋଲି ଜଣାପଡ଼ିଛି। ପୂର୍ବରୁ ଚଳିତ ବର୍ଷ ଫେବୃଆରୀ ମାସ ୨୧ ତାରିଖରେ ଏହି ଦଳ ତଦାରଖ ପାଇଁ ଆସି ବିଭିନ୍ନ ନଥିପତ୍ର ଯାଞ୍ଚ ସହ ଉନ୍ନୟନମୂଳକ କାର୍ଯ୍ୟ ଗୁଡ଼ିକର ତଦାରଖ କରି ରିପୋର୍ଟ ପ୍ରସ୍ତୁତ କରିଥିଲେ। ଅଭିଯୋଗ ଉପରେ ତଦାରଖ କରିବା ସହ ନଥିପତ୍ର ଯାଞ୍ଚ କରାଯିବ,ତାହାସହ ବ୍ଲକରୁ ମିଳିଥିବା ଅନୁଦାନ ଯାଞ୍ଚ କରାଯିବା ସହ ମତାମତ ବୟାନ ରେକର୍ଡ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ନିର୍ଦ୍ଦେଶକ କହିଛନ୍ତି। ଯାଞ୍ଚ ବେଳେ ପଞ୍ଚାୟତ କନିଷ୍ଠ ଯନ୍ତ୍ରୀ ଗାୟତ୍ରୀ ସେଠୀ, ଏ ଇ ପଞ୍ଚାନନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

More Stories