Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିମାନ ଉଡାଣ ଅନିୟମିତତା ପାଇଁ ଫସିଲେ ଯାତ୍ରୀ; ମୃତ ସ୍ୱାମୀଙ୍କୁ ନେଇ ଅଟକି ରହିଲେ ଶିଲଂର ବିଧବା ମହିଳା

ଶିଲଂ;୬|୧୨: ଗତ କିଛି ଦିନ ହେବ ବିମାନ ଉଡାଣରେ ସମସ୍ୟା ଦେଖିବାକୁ ମିଳିଛି। ଏଥିମଧ୍ୟରେ ବିମାନରେ ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ସମସ୍ତ ଯାତ୍ରୀଗଣ ନିଜର ପଂହଁଚିବା ସ୍ଥାନରେ ନ ପଂହଁଚି ବିମାନବନ୍ଦରରେ ଅପେକ୍ଷା କରି ରହିଛନ୍ତି| ଠିକ ଏହିପରି ପରିସ୍ଥିତିର ଶିକାର ହୋଇଛନ୍ତି ଶିଲଂର ଜଣେ ବିଧବା ମହିଳା| ବିମାନ ଉଡ଼ାଣ ବିଳମ୍ବ ଯୋଗୁଁ ଶିଲଂର ଜଣେ ବିଧବା ମହିଳା ତାଙ୍କ ସ୍ୱାମୀ କଫିନ ସହିତ ଗୌହାଟିର ଲୋକପ୍ରିୟା ଗୋପୀନାଥ ବୋର୍ଡୋଲୋଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଫସି ରହିଛନ୍ତି| ତାଙ୍କ ସ୍ୱାମୀଙ୍କ ଅନ୍ତିମ ସଂସ୍କାର ପାଇଁ କୋଲକାତା ଯାଉଥିବା ସମୟରେ ଏହିପରି ପରିସ୍ଥିତି ସୃଷ୍ଟି ହୋଇଛି|

ସେ କହିଛନ୍ତି ଯେ ସେ ଘଣ୍ଟା ଘଣ୍ଟା ଧରି କୌଣସି ଅପଡେଟ୍ ବିନା ଅପେକ୍ଷା କରିଛନ୍ତି|କୋଲକାତାକୁ ଯାଉଥିବା ବିମାନ ଛାଡ଼ିବ କି ବାତିଲ ହେବ ତାହାକୁ ଏପଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ସେ ତାଙ୍କ ସ୍ୱାମୀଙ୍କ ମୃତ ଶରୀରକୁ ଶିଲଂକୁ ଫେରେଇ ନେଇ ଯାଇପାରିବେ ନାହିଁ କି କଲିକତା ମଧ୍ୟ ନେଇ ଯାଇପାରୁନାହାନ୍ତି | ତାଙ୍କ ସ୍ୱାମୀଙ୍କ ଶବ ୪୮ ଘଣ୍ଟା ପାଇଁ ସୁରକ୍ଷିତ ରହିପାରିବ| ତେବେ ଏହିପରି ପରିସ୍ଥିତି ପାଇଁ ଦାୟୀ କିଏ ରହିବେ ବୋଲି ସେ ପ୍ରଶ୍ନ କରିଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ