Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଜିଲାନ୍ସ ଜାଲରେ ଫସିଥିବା ଗାଇସିଲେଟ ଆଇଆଇସି ବିରବର ଭଗତ ଗିରଫ

ଅତାବିରା / ବରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ସକାଳୁ ଭିଜିଲାନ୍ସ ପକ୍ଷରୁ ବରଗଡ଼ ଜିଲା ଗାଇସିଲେଟ ଥାନା ଆଇଆଇସି ବୀରବର ଭଗତଙ୍କ ବାସଭବନରେ ଚଢ଼ାଉ କରି ସମ୍ପତ୍ତି ଆକାଳନ କରାଯାଇଥିଲା ।
ଭଗତଙ୍କ ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅନୁଗୁଳିଆପଡ଼ା ସ୍ଥିତ ବାସଭବନ, ଗାଇସିଲେଟ ଥାନା ସରକାରୀ କ୍ବାର୍ଟର୍ସ, ଗାଇସିଲେଟ ଥାନା ଅଫିସ ଚ୍ୟାମ୍ବର, ସମ୍ବଲପୁର ଜିଲା ସଦର ଥାନା କବରାପାଲି ସ୍ଥିତ ଫାର୍ମ ହାଉସରେ ଏକକାଳୀନ ଗତ କାଲି ବିଳମ୍ବିତ ରାତ୍ରୀ ଯାଏଁ କରାଯାଇଥିଲା ଚଢ଼ାଉ । ପରେ ଆଇଆଇସି ବିରାବାରଙ୍କୁ ଉଠାଇ ନେଇଥିଲା ଭିଜିଲାନ୍ସ l
ତେବେ ଆଜି ବିରବରଙ୍କ ସମସ୍ତ ସମ୍ପତ୍ତିର ଆକଳନ କରି ଆୟ ବହିର୍ଭୂତ ସମ୍ପତ୍ତି ଥିଵା ସ୍ଵଷ୍ଟ ହୋଇଥିଲା l ସମ୍ବଲପୁର ଭିଜିଲାନ୍ସ PS କେସ୍ ନଂ 14 / 23.05.2023 ବିରବର ଭାଗବତ, ଆଇଆଇସି, ଗାଇସିଲେଟ୍ ପୋଲିସ୍ ବିରୋଧରେ କେଶ ପଞ୍ଜୀକୃତ ହୋଇଛି l ତାଙ୍କୁ ସମ୍ବଲପୁର ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଛି l ବୀରବରଙ୍କର ଜଣାଶୁଣା ଆୟର ଉତ୍ସ ଅପେକ୍ଷା 179% ଅଧିକ ସମ୍ପତ୍ତି ଠାବ କଲା ଭିଜିଲାନ୍ସ l ବିରବରଙ୍କ ପାଖରେ 1କୋଟି 11ଲକ୍ଷ ଟଙ୍କାର ଜମି କୋଠାବାଡି ଠାବ କରାଯାଇଲା l ସେହିପରି ବୀରବରଙ୍କ ବାସଭବନରୁ ୧୬୫ ଗ୍ରାମର ସୁନା ଗହଣା, ନଗଦ ୭୯ ହଜାର ୪୬୦ଟଙ୍କା, ବ୍ୟାଙ୍କ ଓ ବୀମା ଜମା ବାବଦକୁ 16 ଲକ୍ଷ 68 ହଜାର, ଏବଂ ୨ ଓ ଚାରି ଚକିଆ ଯାନ ବାବଦକୁ 13 ଲକ୍ଷ 65 ହଜାର ଆକଳନ କରାଯାଇଥିବା ଭିଜିଲାନ୍ସ କହିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ