Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିରିଜ୍‌ ନିର୍ଣ୍ଣାୟକ ମ୍ୟାଚ୍‌ରେ ଟସ୍‌ ଜିତି ଭାରତ କରିବ ବୋଲିଂ

ନୂଆଦିଲ୍ଲୀ,୬|୧୨: ଟସ୍‌ ଜିତିଛି ଭାରତ | ଟସ୍‌ ଜିତିବା ପରେ ଭାରତୀୟ ଦଳ ବୋଲିଂ ନିଷ୍ପତ୍ତି ନେଇଥିଲା ବେଳେ ଦକ୍ଷିଣ ଆଫ୍ରିକାର ପ୍ରଥମେ ବ୍ୟାଟିଂ କରିବାର ରହିଛି | ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ୍‌ । ଏହି ମ୍ୟାଚ୍ ବିଶାଖାପାଟଣାର ଡକ୍ଟର ୱାଇଏସ୍ ରାଜଶେଖର ରେଡ୍ଡୀ ଏସିଏ-ବିଡିସିଏ କ୍ରିକେଟ ଷ୍ଟାଡିୟମରେ ଆଜି ଖେଳାଯାଉଛି | ଏହି ମ୍ୟାଚ୍ ରେ କେ ଏଲ୍ ରାହୁଲ ଅଧିନାୟକ ଥିବା ବେଳେ ଟେମ୍ବା ବାବୁମା ଦକ୍ଷିଣ ଆଫ୍ରିକା ଟିମ୍ ର ଅଧିନାୟକ ରହିଛନ୍ତି |

ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ରାଞ୍ଚିରେ ଖେଳାଯାଇଥିଲା । ଏବଂ ଏହି ମ୍ୟାଚ୍‌ରେ ଭାରତ ଦଳ ବିଜୟ ହାସଲ କରିଥିଲା । ରାୟପୁରରେ ଏହି ସିରିଜର ଦ୍ଵିତୀୟ ମ୍ୟାଚ୍‌ ଖେଳାଯାଇଥିଲା ବେଳେ ସେହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିଜୟ ଲାଭ କରିଥିଲା | ଯାହାଫଳରେ ସିରିଜ୍‌ ୧-୧ରେ ବରାବର ହୋଇଛି । ଏବେ ବିଶାଖାପାଟଣାରେ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ୍ କେଉଁ ଦଳ ନିଜର କରିବ ତାକୁ ରହିଛି ଅପେକ୍ଷା | ଆଜି ଖେଳ ଦିନ ୧.୩୦ରୁ ଆରମ୍ଭ ହେବ |

ଏହି ଦିନିକିଆ ସିରିଜ୍‌ରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ । କିନ୍ତୁ ଭାରତର ଯୁବ ଖେଳାଳିମାନଙ୍କ ଉପରେ ମଧ୍ୟ ଚାପ ରହିବ । ଦ୍ଵିତୀୟ ମ୍ୟାଚ ଦକ୍ଷିଣ ଆଫ୍ରିକାଠୁ ହାରିବା ପରେ ଭାରତୀୟ ଦଳ ଉପରେ ଜିତିବାକୁ ନେଇ ବହୁତ ଚାପ ରହିଛି | ତେବେ ଏହି ମ୍ୟାଚକୁ ନେଇ ଭାରତୀୟ ଦଳରେ ଏକ ପରିବର୍ତ୍ତନ କରାଯାଇଛି। ଓ୍ବାସିଂଟନ୍‌ ସୁନ୍ଦରଙ୍କ ସ୍ଥାନରେ ତିଳକ ବର୍ମାଙ୍କୁ ସୁଯୋଗ ମିଳିଛି । ଏବଂ ଅନ୍ୟପଟେ ଆଫ୍ରିକା ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଆଘାତ ଯୋଗୁଁ ନାନ୍ଦ୍ରେ ବର୍ଗର ଏବଂ ଟୋନି ଡି ଜୋରଜିଙ୍କ ସ୍ଥାନରେ ଦ୍ରୁତ ବୋଲର ଓଟନିଏଲ୍ ବାର୍ଟମ୍ୟାନ୍ ଏବଂ ବ୍ୟାଟ୍ସମ୍ୟାନ୍ ରିଆନ୍ ରିକେଲଟନ୍ଙ୍କୁ ଯଥାକ୍ରମେ ସେମାନଙ୍କ ସ୍ଥାନରେ ସୁଯୋଗ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ